ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳ ତରଫରୁ ଧାମନାଗୁଡ଼ା ପଞ୍ଚାୟତ ବାସୀଙ୍କ ଆନ୍ଦୋଳନ

  ନବରଙ୍ଗପୁର—( ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିକଟସ୍ଥ ଧାମନାଗୁଡ଼ା ପଞ୍ଚାୟତ ରେ ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରତିନିଧି ରାମ ଧର ମାଝୀ ଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ପଞ୍ଚାୟତ ରେ ଥିବା କର୍ମୀ ମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ।ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ଦୁଇ ଦିନିଆ ଆନ୍ଦୋଳନକୁ କିପରି ସଫଳ କରିବେ ସେଥିପାଇଁ ଆଜି ପ୍ରଥମ ଦିନରେ ଜୋର୍ ଜାର ଆନ୍ଦୋଳନ ଆରମ୍ଭ ହୋଇଥିଲା।ପଞ୍ଚାୟତ ର ୩୦୦ କର୍ମୀ ଙ୍କୁ ନେଇ ରାଜ୍ୟ ସରକାର ଦେଇଥିବା ବିଭିନ୍ନ ନାରାବାଜି ସ୍ଲୋଗାନ ରେ କମ୍ପୁଥିଲା ଧାମନାଗୁଡ଼ା ପଞ୍ଚାୟତ।ଏଥିରେ ଆନ୍ଦୋଳନ ର ମୁଖ୍ୟ ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ , ନିହାତି ଗରିବ ଶ୍ରେଣୀର ଲୋକଙ୍କୁ ଠିକ୍ ଭାବେ ପଞ୍ଚାୟତ ରେ ଦିଆ ଯାଉଥିବା ଚାଉଳ ୧୦ କେଜି ବଦଳରେ ୫ କେଜି ଦେବା ଓ ଏଥି ସହିତ ମୋଟାମୋଟି ଭାବେ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କିପରି ନିହାତି ଗରିବ ଲୋକ ସାମିଲ ହୋଇ ପାରିବେ ସେଥିପାଇଁ ଆଜି ପ୍ରଥମ ଦିନ ଆନ୍ଦୋଳନ ଆରମ୍ଭ ହୋଇଥିଲା।ଏଥିରେ ବିଧାୟକ ପ୍ରତିନିଧି ଶ୍ରୀ ମାଝୀ କହିଥିଲେ ପ୍ରତ୍ୟେକ ଗରିବ ଲୋକ ଠିକ୍ ସମୟରେ ଚାଉଳ ପାଇବା ହକଦାର ଏଥି ସହିତ କେନ୍ଦ୍ର ଆମ ଗରିବ କଲ୍ୟାଣ ଯୋଜନା କୁ ଠିକ୍ ଭାବେ ପରିଚାଳନା କରୁନାହିଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀମତୀ ସାବିତ୍ରୀ ଭତ୍ରା କହିଲେ କେନ୍ଦ୍ରର ସବୁବେଳେ ଓଡ଼ିଶା ପ୍ରତି ପଛୁଆ ମନୋଭାବ ରହିଛି ଏଥି ସହିତ ବିଶେଷ କରି ଧାନ ମଣ୍ଡି ର ବ୍ୟବସ୍ତା ସହ ସମସ୍ତ ଗରିବ ଲୋକଙ୍କୁ କାହିଁକି ଖାଦ୍ୟ ସୁରକ୍ଷା ଯୋଜନାରେ ଠିକ୍ ସୁବିଧା ମିଳୁନାହିଁ ବୋଲି ନାରାବାଜି ଦେଇଥିଲେ।ଏଥିରେ ସରପଞ୍ଚ ଭକତ ରାମ ମାଝୀ ବିଜୁ ଜନତା ଦଳ ର କର୍ମୀ ରବି ଭତ୍ରା ,ଗଣେଶ ଭତ୍ରା , ବଲି ଭତ୍ରା ,ଲାୟିବନ୍ କୋଲାର ଓ ନାଏବ ସରପଞ୍ଚ ଫୁଲମତି ମାଝୀ ,ନିତୀୟା ନାୟକ ଙ୍କ ସହ ଅନେକ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜାମଦା ବ୍ଳକରେ ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଳକ ଘେରାଉ

Sunil Chandra Nayak

ନବରଙ୍ଗପୁର ବିଧାନସଭା ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରଚାର ଆରମ୍ଭ :ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ରେ ଯୋଗ ଦେଲେ

masiha

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

masiha

Leave a Comment

error: Content is protected !!