ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୂର୍ନିତୀର ଗନ୍ତାଘର ପାଲଟିଛି ବହଳଦା ବ୍ଲକ

 ମୟୂରଭଞ୍ଜ:- ୧୬/୦୨/୨୦୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାତ ଗୁଡିକର ଉନ୍ନତ୍ତି ମୂଳକ କାର୍ଯ୍ୟ ଗୁଡିକରେ ଦୂର୍ନିତୀ ଓ ନିମ୍ନ ମାନର କାର୍ଯ୍ୟ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସହିତ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟୁଥିବା ସତ୍ବେ ଏଠାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ।

    ଏଠାରେ ଦୂର୍ନିତୀର ଅନେକ ଉଦାହରଣ ରହିଥିବାବେଳେ “କୋଠା ଉପରେ ନିର୍ମାଣ ଚାଲିଛି ପ୍ରଧାନମନ୍ତ୍ରୀ ଆବାସ’ ଶୀର୍ଷକରେ ପ୍ରକାଶିତ ଖବର ୨୦୨୧’ ରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ଆବାସ ଗୃହ ପାଇବାରୁ ବଞ୍ଚିତ ହେଉଥିବାବେଳେ ଗିଦିଘାଟୀ ଗ୍ରାମପଞ୍ଚାତର ଭକ୍ତ ମହୁଲପାଣି ଗ୍ରାମରେ ଜନୈକ ହିତାଧିକାରୀ କୋଠା ଉପରେ ସରକାରୀ ଆବାସ ଗୃହ ନିର୍ମାଣ କରୁଥିଲେ।

    ବର୍ତ୍ତମାନ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରଗତିରେ ରହିଥିବାବେଳେ ସେସବୁ କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ କିଭଳି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ତାହା ପ୍ରକଳ୍ପର କାମ ଗୁଡିକ ଦେଖିଲେ ସ୍ପଷ୍ଟ ଜଣା ପଡିବ। ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ବ ଗ୍ରହଣ କରିବା ପରେ ଗ୍ରାମପଞ୍ଚାୟତ ଗୁଡିକରେ ହୋଇଥିବା ନିର୍ମାଣ କାର୍ଯ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟ ତଥା ପ୍ରଗତିରେ ଥିବା କାର୍ଯ୍ୟ ଗୁଡିକର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି।

       କାରଣ ବର୍ଷା ଋତୁ ର ପ୍ରଭାବ ଠିକ୍ ଭାବେ ସରିନଥିବା ସମୟରେ ତରବରିଆ ଭାବେ ଗିଦିଘାଟୀ ଗ୍ରାମପଞ୍ଚାୟତ ର ହେନ୍ଦେ ଡୁଙ୍ଗୁରୀ ଠାରୁ ତାରଣା ମଝୀ ବିଲ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୬’ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ମାଟି ରାସ୍ତାର ଉନ୍ନତ୍ତି କରଣ କାର୍ଯ୍ୟ ତରବରିଆ ଭାବେ ଆରମ୍ଭ କରାଯାଇଥିଲା। ଯାହାର ଓ୍ବାର୍କ କୋଡ ନଂ “RC/GIS/40445″। ହେନ୍ଦେ ଡୁଙ୍ଗରୀ ଦେଇ ଅତିକ୍ରମ କରିଥିବା ତାରଣା-ଜାରିତାଣ୍ଡି ମୁଖ୍ୟରାସ୍ତା ନିକଟରୁ ମାଟି ପକା ଯାଇଥିବାବେଳେ କେବଳ ଲୋକଙ୍କ ଦୃଷ୍ଟି ପଡୁଥିବା ପର୍ଯ୍ୟନ୍ତ ଆନୁମାନିକ ମାତ୍ର ୨’ଶହ ମିଟର ପର୍ଯ୍ୟନ୍ତ ମାଟି ପକା ଯାଇଛି। ଉକ୍ତ କାର୍ଯ୍ୟ ର ସୂଚନା ଫଳକ ଟି ମଧ୍ୟ ଭାଙ୍ଗି ଦିଆ ଯାଇଛି। ୬’ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ମାତ୍ର ୨’ ଶହ ମିଟର ରାସ୍ତା ଉପରେ ହାତ ଗଣତି କେଇ ଟ୍ରିପ୍ ମାଟି ପକାଯିବା ପରି କାର୍ଯ୍ୟ ହୋଇଥିବା ଏଠାରେ ଦେଖିବାକୁ ମିଳିଛି। ତେବେ କାର୍ଯ୍ୟାଦେଶ ଅନୁସାରେ ସମ୍ପୂର୍ଣ୍ଣ ରାସ୍ତାରେ ମାଟି ପକାଯିବା ପରେ ନାଲିଗୋଡି (ମୋରମ) ବିଛାଯାଇ ସମତଳ କରାଯିବା ପରେ କାର୍ଯ୍ୟ ସମ୍ପନ୍ନ ହେବାକଥା। ତେବେ ନାମକୁ ମାତ୍ର ହୋଇଥିବା ଏହି ପ୍ରକଳ୍ପରୁ ପାଖାପାଖି ଚାରି’ (୪) ଲକ୍ଷ ପଚାଶ’ (୫୦)’ ହଜାର ଟଙ୍କାର ଉଠାଣ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ପାଇଁ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ତଥା ମନରେଗା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର କର୍ମଚାରୀ ଓ ଅଧିକାରୀ ରହିଥିବା ସତ୍ବେ ଏତାଦୃଶ୍ୟ କାର୍ଯ୍ୟ ହେବାର ଅର୍ଥ ଏଠାରେ ସମସ୍ତେ ଦୂର୍ନିତୀରେ ବୁଡି ରହି ସାଧାରଣ ଜନତା’ଙ୍କ ଉଦ୍ଧେଶ୍ୟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ଆସୁଥିବା କୋଟିକୋଟି ଟଙ୍କାର ଅର୍ଥ ଅଞ୍ଚଳର ବିକାଶରେ ନ ଲଗାଇ ଅର୍ଥ ଆତ୍ମସାତ୍ କରାଯିବାର କାର୍ଯ୍ୟ କରାଯାଉଛି। ଏନେଇ ଗିଦିଘାଟୀ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରତିକାନ୍ତ ଡାକୁଆ’ଙ୍କୁ ପଚାରୀ ବୁଝିବାରୁ ସେ ମନରେଗା ପ୍ରକଳ୍ପରେ କାମ କରିଥିବା ଜବକାର୍ଡ ଧାରୀ ଶ୍ର୍ରମିକଙ୍କ ଟଙ୍କା ଉଠା ଯାଇଥିବା ପ୍ରକାଶ କରିବା ସହ କାମ ଅସମ୍ପୂର୍ଣ୍ଣ ଥିବା ସ୍ବିକାର କରିଥିଲେ। ତେବେ ସୂଚନା ଫଳକ ଭାଙ୍ଗିଥିବା ସମ୍ବନ୍ଧରେ ଜାଣିନଥିବା କହିଥିଲେ।

  ଜବକାର୍ଡ ଧାରି ଶ୍ରମିକ ମାନେ କାମ କରୁଥିବାବେଳେ ତାଙ୍କ ସଞ୍ଚୟ ଖାତାରେ ଟଙ୍କା ନ ଆସି ଠିକାଦାର’ଙ୍କ ଜମାଖାତାରେ ଶ୍ରମିକ’ଙ୍କ ମନରେଗା କାର୍ଯ୍ୟ ଟଙ୍କା ଜମା ହେଉଥିବା ଅଭିଯୋଗ ହେଉଛି। ଫଳରେ ଗରିବ ଶ୍ରମିକ ମାନେ ଧାର୍ଯ୍ୟ ଦର ଠାରୁ କମ୍ ପାରିଶ୍ରମିକ ଠିକାଦାର’ଙ୍କ ଠାରୁ ପାଉଛନ୍ତି। ନଚେତ୍ ୧୦’ ପ୍ରତିଶତ ହିସାବରେ ପର୍ସେଣ୍ଟେଜ ଟଙ୍କାତକ ଧରାଇ ଦେଉଛନ୍ତି। ଏସବୁ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୂର୍ନିତୀର ଚେର କେତେ ଦୁର ଲମ୍ବିଛି ତାହା ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚୈତ୍ର ଯାତ୍ରା ସମାପନ ପରେ ଅସୁବିଧା, ବୁଝିବାକୁ ପରିବହନ ମନ୍ତ୍ରୀ ଙ୍କ ତାରା ତାରିଣୀ ଗ୍ରସ୍ତ

Sunil Chandra Nayak

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

Leave a Comment

error: Content is protected !!