ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରାକେଶ ସାହୁଙ୍କ କବିତା // “ଆଜି ଜାଗର”  

 __ ଆଜି ଜାଗର __

     ରାକେଶ ସାହୁ 

ହରିବୋଲ ହୁଳହୁଳି ପଡୁଛି ଉଛୁଳି 
ଶିବନାମେ ପ୍ରକମ୍ପିତ ହେଉଛି ମେଦିନୀ
ଅପାର ତୁମ କରୁଣା ଯୋଗୀ ଯୋଗେଶ୍ୱର 
ସତ୍ୟ ଶିବ ସୁନ୍ଦର ହେ ମହିମା ସାଗର  
ଦେବ ଦେବ ମହାଦେବ ପରମ ପୁରୁଷ 
ମହାରୁଦ୍ର ପରଂବ୍ରହ୍ମ ପିନାକୀ ଯୋଗେଶ
ଜଟାରୁ ଝରୁଛି ଗଙ୍ଗା ହୋଇ ଝର ଝର 
କି ବର୍ଣ୍ଣିବ ତୁମ ଲୀଳା ଅଧମ କିଙ୍କର     
ବ୍ୟାଘ୍ର ଚର୍ମ ଆସନରେ ତୁମେ ଉପବିଷ୍ଟ
ମସ୍ତକରେ ଅଧାଚାନ୍ଦ ଦିଶେ କି ଶୋଭିତ 
ହାତରେ ଧରିଛ ଥାଳ ଗଳେ ସର୍ପମାଳା
ମହା ମୃତ୍ୟୁଞ୍ଜୟ ଶିବ ଧନ୍ୟ ତୁମ ଲୀଳା   
ବାମ ହାତେ କମଣ୍ଡଳ ଡାହାଣେ ତ୍ରିଶୂଳ 
ବୃଷଭ ବାହନେ ପ୍ରଭୁ ତୁମେ କୃପା କର 
ସଂସାରକୁ ସବୁଦେଇ ହୋଇଛ ଲଙ୍ଗଳା 
ଶମାଶାନବାସୀ ହୋଇ ବାଣ୍ଟୁଛ କରୁଣା      
ରୁଦ୍ରେଶ୍ୱର ଭାଣ୍ଡେଶ୍ୱର ନୀଳକଣ୍ଠେଶ୍ୱର 
ଭିନ୍ନ ଭିନ୍ନ ନାମ ତୁମ ଆହେ ଉମାମହେଶ୍ୱର 
ଲିଙ୍ଗରାଜ ବୃଦ୍ଧଲିଙ୍ଗ ପ୍ରଭୁ ଲୋକନାଥ 
ଧବଳେଶ୍ବର ନାମରେ ତୁମେ ତ ବିଦିତ      
ମହେଶ ଉମେଶ ପୁଣି ପ୍ରଭୁ ତ୍ରିଲୋଚନ
ଗୋରେଖ ନାମରେ ଦିଅ ଭକ୍ତଙ୍କୁ କଲ୍ୟାଣ 
କୋପେ ଅବା ତମେ ପ୍ରଭୁ ଦେଇଥାଅ ବର 
ଯୁଗ ଚେତନାର ତୁମେ ଅଟ କର୍ଣ୍ଣଧାର         
କେତେ ନାମେ କେତେ ଧାମେ ପାଉଥାଅ ପୂଜା
କୋଟି ଜନ ମନଙ୍କର ଭାଗ୍ୟର ବିଧାତା 
କରୁଣାକର ହେ ପ୍ରଭୁ ରୁଦ୍ରାକ୍ଷ ମୁରତୀ
ପାପ ଧୋଇଯାଏ ତୁମ ନାମ କଲେ ସ୍ମୃତି     
କଷଣ ଫେଡ଼ିବ ଆହେ ପାର୍ବତୀ ବଲ୍ଳଭ
ମାଗୁନାହିଁ ଧନଜନ ଐଶ୍ୱର୍ଯ୍ୟ ବିଭବ 
ତୁମେ ଶାନ୍ତିମୟ ଶକ୍ତି ତୁମେ ମହାଦୀପ୍ତି 
ତୁମ ଜ୍ୟୋତିର୍ମୟ କାନ୍ତି ଦିଏ ମହାମୁକ୍ତି       
ଚତୁର୍ଦ୍ଦଶୀ ଅମାବାସ୍ୟା ଜାଗର ରାତିରେ 
ବିଶ୍ୱାସର ଦୀପ ଜଳେ ଅଖଣ୍ଡ ଚିତ୍ତରେ
ସଂସାରର ଦୁଃଖ ହର କୈଳାସ ବିହାରୀ
ତୁମ ଶ୍ରୀଚରଣେ ପ୍ରଭୁ ଏତିକି ଗୁହାରୀ ।।

ଖୋର୍ଦ୍ଧା,ବାଣପୁର, ଚିଲିକା 

 

Related posts

ପ୍ରେମଲତା ଙ୍କ କବିତା // ଭାବନାରେ

Sunil Chandra Nayak

ଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ   

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା = ଶେଷ ଗୀତ

Leave a Comment

error: Content is protected !!