ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷକ ଓ ସଙ୍ଗୀତଜ୍ଞ ମହମ୍ମଦ ଅମାନୁଦ୍ଧିନ ଖାଁନ ଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଲୋକପ୍ରିୟ ବ୍ୟକ୍ତିତ୍ଵ ତଥା ଅବସରପ୍ରାପ୍ତ ଶିକ୍ଷକ ମହମ୍ମଦ ଅମାନୁଦ୍ଧିନ ଖାଁନ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଉଚ୍ଚକୋଟୀର ସଙ୍ଗୀତଜ୍ଞ ମଧ୍ଯ ଥିଲେ। ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏକାଧିବାର ପୁରସ୍କୃତ ମଧ୍ୟ ହୋଇଥିଲେ।କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସେ ଆଜୀବନ ସଦସ୍ୟ ଥିଲେ। ଜିଲ୍ଳାର ଭାରତୀ ସଙ୍ଗୀତ ଅନୁଷ୍ଠାନ ମାଧ୍ୟମରେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ସଙ୍ଗୀତ ପରିବେଷଣ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିଲେ।୧୯୭୨ ମସିହାରୁ ୧୯୭୪ ମସିହା ଯାଏଁ ସେ ଧର୍ମଗଡ ହାଇସ୍କୁଲ ଇତିହାସ ବିଭାଗର ଶିକ୍ଷକ ଭାବେ ଅବସ୍ଥାପିତ ଥିଲେ। ପରେ ସେ ଦାସୀଗାଁ ଉନ୍ନୀତ ମଧ୍ଯ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ଜୁନାଗଡ ବ୍ଲକ ଓ ବଲଧିଆମାଲ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ପାଠ ପଢାଇବା ସହ ସେ ଛାତ୍ରଛାତ୍ରୀମାନଙ୍କୁ ସଙ୍ଗୀତ ଓ ନୃତ୍ୟ ପାଇଁ ପ୍ରୋତ୍ସାହିତ କରୁଥିଲେ।୨୦୦୬ ମସିହାରେ ସେ ଚାକିରୀ ରୁ ଅବସର ଗ୍ରହଣ କରିଥିଲେ ହେଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କର ବିୟୋଗରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରାଯାଇ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…….

Related posts

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

masiha

ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ  

Sunil Chandra Nayak

ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା : ଆସନ୍ତା ଜୁନ ୧ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଛତ୍ରପୁର ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମ୍ପଦ ମେଳା

Leave a Comment

error: Content is protected !!