ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ ର ଉଦଯାପନୀ ସମାରୋହ 

ମ.ରାମପୁର:୧୮/୨,(ମସୀହା): ଆଞ୍ଚଳିକ କାମନା ଦଣ୍ଡ ପରିଷଦ ତରଫରୁ କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି l ଜୀବନର ତତ୍ତ୍ୱ ଆଉ ସତ୍ୟକୁ ଉପଲବ୍ଧି କରାଏ କାମନା ଦଣ୍ଡ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ଶତବାର୍ଷିକୀ ମହୋତ୍ସବ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ କାର୍ଯ୍ୟକମ ସହିତ ଉଦଯାପିତ ହେଇଯାଇଛି । ପରିଷଦର ସଭାପତି ରୁଦ୍ର ପ୍ରତାସ ସିଂହଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଦିବସର ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦ୍ୱାରିକା ପ୍ରସାଦ ନାୟକ ଏବଂ ସମ୍ମାନୀତ ଅତିଥି ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ କୁମର ରଥ, ଡ଼ଃ ଘାସିରାମ ମିଶ୍ର, ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ, କଳାହାଣ୍ଡି କଳାକାର ସଂଘ୍ ସଭାପତି ଅବଦୁଲ କାଦିର, ଗବେଷକ ଓ ନାଟ୍ୟକାର ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସନ୍ଧ୍ୟା ଆଳତି ପରେ ମଙ୍ଗଳାଚରଣ କରିଥିଲେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ପ୍ରାରମ୍ଭରେ ଗଣେଷ ବନ୍ଦନା ଗାନ କରିଥିଲେ ସନ୍ତୋଷ କୁମାର ଦୁବେ ଏବଂ ତାଙ୍କୁ ସହଯୋଗ କରିଥିଲେ ରମାକାନ୍ତ ପ୍ରହରାଜ । ମଂଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ଏହି ଅବସରରେ ଦଣ୍ଡପାଣି ମହାଖୁଡ଼ ସ୍ମୃତି ସମ୍ବର୍ଦ୍ଧନା ପର୍ବରେ ସଂସ୍କୃତିବିତ,ଗବେଷକ, କଳାକାର,ନାଟ୍ୟକାର ଆଦି ପ୍ରତିଭାଙ୍କୁ ( ଭବାନୀପାଟଣାର ର ଭୀମସେନ ସାହୁ ଓ କୈଳାସ ଚନ୍ଦ୍ର ନାୟକ, ସମ୍ବଲପୂର ର ଅସୀତ କୁମାର ଶତପଥୀ, ଭଞ୍ଜନଗର ର ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ) ଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର,ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ପରମାନନ୍ଦ ବିଶି,ସତ୍ୟ ନାରାୟଣ ସାହୁ,ବିଜୟ ମହାଖୁଡ଼, କୃଷ୍ଣଚନ୍ଦ୍ର ସାହୁ । ଧନ୍ୟବାଦାର୍ପଣ କରିଥିଲେ ପ୍ରଶାନ୍ତ ସାମନ୍ତରା । ସାଂସ୍କୃତିକ ସଭା ପରେ ବୌଦ୍ଧ ର ଦଣ୍ଡନୃତ୍ୟ ଓ ଖୋର୍ଦ୍ଧାରୁ ଆସିଥିବା ଭାରତଲୀଳା ଦର୍ଶକଙ୍କ ମନୋରଂଜନ ପାଇଁ ପରିବେଷିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ଉପଦେଷ୍ଟା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ,ପଦ୍ମଲୋଚନ ମିଶ୍ର,ଠାକୁର ଚରଣ ସାହୁ, ଉପସଭାପତି ଲଳିତ କୁମାର ମହାଲିକ,କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼,ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ସହ ସଂପାଦକ ଲଳିତ ସ୍ୱାଇଁ , ବନମାଳୀ ଦଣ୍ଡସେନା, ଉଦ୍ଧବ ପଣ୍ଡା,ରଜନୀକାନ୍ତ ମହାଖୁଡ଼, ବସନ୍ତ ମହାଖୁଡ଼, ବିନୋଦ ମହାଖୁଡ଼,ସୁରେନ୍ଦ୍ର ଦଣ୍ଡସେନା , ଦଣ୍ଡପାଣି ବେହେରା, ସଞ୍ଜୀବ ସାହୁ, ଦିଲୀପ ମହାଖୁଡ଼,ପୁନିଆ ମହାଖୁଡ୍, ସତ୍ୟନାରାୟଣ ସାହୁ, କୃଷ୍ଣ ଚନ୍ଦ୍ର ସାହୁ ,ରାଜୁ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

Sunil Chandra Nayak

କୋଟିପତି ଯନ୍ତ୍ରୀଙ୍କ ପିଛା ଛାଡୁନି ଅଭିଯୋଗ , ଶୁଖୁଲା ଟାଙ୍କିରେ ରଙ୍ଗମାରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Sunil Chandra Nayak

ଶିକ୍ଷାକୁ ଗୁରୁତ୍ବ,ମୋହନ ସରକାରଙ୍କ ଦାୟିତ୍ବରାୟଗଡା ଚନ୍ଦ୍ରପୁରୁ,ବିଷମକଟକ ଵ୍ଲକର ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ

masiha

Leave a Comment

error: Content is protected !!