ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଷ୍ଟ ଅଫିସର ଭାବେ ସମ୍ମାନିତ ହେଲେ ଅଧିକ୍ଷଣ ଯନ୍ତ୍ରୀ

କୋକସରା,୧୭/୦୨- ରାଜ୍ୟ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଗତ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ମୁଖୀଗୁଡା ଅନ୍ତର୍ଗତ କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ତୃପ୍ତ କୁମାର ପାତ୍ରଙ୍କୁ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଷ୍ଟ ଅଫିସର ଭାବେ ସମ୍ମାନିତ କରିଛନ୍ତି। ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ କୁସୁମଖୁଣ୍ଟି ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଯୋଗଦେବା ବିଭାଗ ଅଧୀନରେ ଥିବା ବିଭିନ୍ନ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଉତ୍ତମ ସମ୍ପର୍କ ରଖି କେନାଲରେ ଜଳ ସେଚନର ସୁପରିଚାଳନା କରି କେନାଲ ର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ସୁବିଧା ଯୋଗାଇବାରେ ଦକ୍ଷତା ପାଇଁ ତାଙ୍କୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ। ଇଂ ତୃପ୍ତ କୁମାର ପାତ୍ର କଳାହାଣ୍ଡିର ଜଣେ ଯୋଗ୍ୟ ଅଧିକାରୀ ଭାବେ ସମ୍ମାନିତ ହୋଇଥିବାରୁ ଜିଲ୍ଲାର ଅନେକ ସ୍ଥାନରୁ ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

Sunil Chandra Nayak

ବନ୍ୟା ପାଣିରେ ଭାସିଗଲା ପୂଜାରୀଗୁଡାରୁ ବାଙ୍ଗାପାଲି ରାସ୍ତା ଉପରେ ଥିବା ବ୍ରିଜ:ଯାତାୟାତ ରେ ଘୋର ଅସୁବିଧା 

Sunil Chandra Nayak

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର,  ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ 

masiha

Leave a Comment

error: Content is protected !!