ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଷ୍ଟ ଅଫିସର ଭାବେ ସମ୍ମାନିତ ହେଲେ ଅଧିକ୍ଷଣ ଯନ୍ତ୍ରୀ

କୋକସରା,୧୭/୦୨- ରାଜ୍ୟ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ଗତ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ମୁଖୀଗୁଡା ଅନ୍ତର୍ଗତ କୁସୁମଖୁଣ୍ଟି ବାମ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ତୃପ୍ତ କୁମାର ପାତ୍ରଙ୍କୁ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଷ୍ଟ ଅଫିସର ଭାବେ ସମ୍ମାନିତ କରିଛନ୍ତି। ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ କୁସୁମଖୁଣ୍ଟି ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଯୋଗଦେବା ବିଭାଗ ଅଧୀନରେ ଥିବା ବିଭିନ୍ନ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଉତ୍ତମ ସମ୍ପର୍କ ରଖି କେନାଲରେ ଜଳ ସେଚନର ସୁପରିଚାଳନା କରି କେନାଲ ର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ସୁବିଧା ଯୋଗାଇବାରେ ଦକ୍ଷତା ପାଇଁ ତାଙ୍କୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ। ଇଂ ତୃପ୍ତ କୁମାର ପାତ୍ର କଳାହାଣ୍ଡିର ଜଣେ ଯୋଗ୍ୟ ଅଧିକାରୀ ଭାବେ ସମ୍ମାନିତ ହୋଇଥିବାରୁ ଜିଲ୍ଲାର ଅନେକ ସ୍ଥାନରୁ ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ,ଯୋଗଦେଲେ ୫ ଶହ କ୍ୟାଡେଟ

masiha

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

masiha

ବ୍ଲକ୍ ସ୍ତରୀୟ ଗାଆଁ ସାଥୀ ଓ ଜି ଆର୍ ଏସ ମାନଙ୍କର ମନରେଗା ସମର୍କିତ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

Leave a Comment

error: Content is protected !!