ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

ରାଉରକେଲା/ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବନ୍ଦ ଥିବା ରାଉରକେଲାର ପବିତ୍ର ବେଦବ୍ୟାସ ପୀଠର ପ୍ରସିଦ୍ଧ ମେଳା ଚଳିତ ବର୍ଷ ମହାଆଡମ୍ବର ସହକାରେ ପାଳନ କରାଯାଉଛି। ପୂର୍ବରୁ ୧୫ ଦିନ ଧରି ଅୟୋଜିତ ହେଉଥିବା ଏହି ମେଳାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫେବ୍ରୁଆରି ୧୮ ରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। 

ଏଥି ସହ ମେଳା ଅବସରରେ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆୟୋଜିତ କରାଯାଉଛି। ଜିଲ୍ଲା କୃଷି ବିଭାଗ ସମେତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି । ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ଆଂଚଳିକ ପରିବହନ ବିଭାଗ ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ମଧ୍ୟ ଷ୍ଟଲ୍ କରାଯାଇଛି। ଏହି ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୬ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଡେପୁଟି କମିଶନର ଗୌରବମୟ ପ୍ରଧାନ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟ ରମାକାନ୍ତ ବିଶ୍ବାଳ, ପ୍ରମୋଦ ପ୍ରଧାନ, ରାଜେଶ ଗାର୍ଗ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନଭେମ୍ବର ୧ ଓ ୨ ତାରିଖରେ ବିପିୟୁଟି ହାକାଥନ୍-୨୦୨୫ ଓ ଟେକ୍ କାର୍ନିଭାଲର ଶୁଭାରମ୍ଭ

Sunil Chandra Nayak

ବିଜୁ ପଟ୍ଟନାୟକ ଙ୍କ 108 ଜନ୍ମ ଜୟନ୍ତୀ ପାଳିତ

masiha

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!