ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୃଷ୍ଟିହୀନ ମହିଳା ଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଯୋଜନା ସାତସପନ 

ଦୃଷ୍ଟିହୀନ ଙ୍କୁ ଭିନ୍ନକ୍ଷମ ଭତ୍ତା ଆବାସଯୋଜନା ରେ ଘର ଅନ୍ତୋଦୟ ଯୋଜନା ପାଇଁ ପ୍ରଶାସନ ଙ୍କୁ  ଟ୍ୱିଟ   କରିବା ସହିତ ଅବଗତ କରାଇଛନ୍ତି ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ।

ଦୃଷ୍ଟିହୀନ ମିନୀସୁରେନ ,ସ୍ୱାମୀ ଓ ତିନି ଝିଅକୁ ନେଇ ମୂଲମଜୁରୀ କରି ଦିନ କାଟୁଥିଲେ ହସଖୁସିରେ , ହଟାତ ମାଡି ଆସିଲା କଳାବାଦଲ , ଚାରି ପାଞ୍ଚ ବର୍ଷ ପୂର୍ବେ , ଆଖିକୁ ଦେଖାଗଲାନି, ଜମିବାଡ଼ି ବିକ୍ରି ଧାର୍ କରଜ କରି ମେଡ଼ିକାଲ ଦେଖାଇଲେ ଆଖି ଭଲ ହେଲା ନାହିଁ, ହେଇଗଲେ ଦୃଷ୍ଟିହୀନ , ସ୍ୱାମୀ ଜଣେ ଦିନ ମଜୁରିଆ , ବାରମ୍ବାର ଅଫିସ ଦୌଡିଲେ ଆବେଦନ କଲେ ମଧ୍ୟ ଭତ୍ତା ମିଳି ପାରିଲାନି , ଭୋକ ଉପାସରେ ଦିନ କାଟୁଛନ୍ତି ଦୃଷ୍ଟିହୀନ ମହିଳା ଏବଂ ପରିବାର ,ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଇଞ୍ଜିଡି ପଞ୍ଚାୟତ ର କିଶୋର ସୁରେନ ଙ୍କ ସ୍ତ୍ରୀ ମିନୀସୁରେନ ଜଣେ ଦୃଷ୍ଟିହୀନ ଭିନ୍ନକ୍ଷମ ଭତ୍ତା ମିଳୁ ନାହିଁ ,ଆବାସଯୋଜନା ନାହିଁ ଭଙ୍ଗାକୁଡିଆ ରେ ଦିନ କଟୁଛି । ସରକାରୀ ଯୋଜନା କହିଲେ ମୁଣ୍ଡ ପିଛା ଚାଉଳ ପାଞ୍ଚ କେଜି ଲେଖାଏଁ ମିଳୁଛି , ଦୃଷ୍ଟିହୀନ ମିନୀ ଙ୍କୁ ଭିନ୍ନକ୍ଷମ ଭତ୍ତା ଆବାସଯୋଜନା ଘର ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ଦୃଷ୍ଟିହୀନ ମହିଳା ଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ସମାଜସବୀ ସୁମିତ୍ରା ମହାକୁଳ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ସମ୍ବେଦନଶୀଳ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Sunil Chandra Nayak

ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ଆଲୋଚନାଚକ୍ର 

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣା ଜଣେ ଗୁରୁତ୍ତର, ଜଣେ ଆହତ 

masiha

Leave a Comment

error: Content is protected !!