ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନଳିନୀ ପ୍ରଭା ମିଶ୍ର ଙ୍କ କବିତା // ଶିବରାତ୍ରି

ଶିବରାତ୍ରି

ନଳିନୀ ପ୍ରଭା ମିଶ୍ର

ଆଜି ଯିବି ମୁଁ ମନ୍ଦିର
‌ରହି ରାତି ଉଜାଗର
ପୂଜିବି ଭକତି ଚିତ୍ତରେ 
  ସ୍ଵୟମ୍ବୁ ଶଙ୍କର(୦)
ଆଣି ଚମ୍ପା, ନାଗେଶ୍ଵର
  ଗୁନ୍ଥି ରଖିଛି ମୁଁ ହାର
ପଳାଶ ଫୁଲ ରେ ଭାରି
  ଶ୍ରଦ୍ଧା ଶିବଙ୍କର
ଲକ୍ଷେ ବେଲପତ୍ର ଦେଇ
  କରିବି ଜୁହାର
ଆଜି ଯିବି ମୁଁ ———-।
ବାବା ,ବାବା ଭୋଳା ନାଥ
 ‌ ଅଗତିର ଗତି
ଜଗତ ଉଦ୍ଧାର ହେଉ 
  ଖଣ୍ଡିବ ବିପତ୍ତି
ମହା ଦୀପ ଦାନ ବେଳେ
  ପଥ ଚାହିଁ ତୋର
ଆଜି ଯିବି ମୁଁ —————-।
ଗରଳକୁ କଲ ପାନ 
  ନାମ ନୀଳକଣ୍ଠ
ଡାକି ଡାକି ଉଚ୍ଚ ସ୍ଵରେ
  ଶୁଖିଯାଏ କଣ୍ଠ
ଭକ୍ତ ର ଡାକ ନଶୁଣ
  ହେଲ କି ପଥର
ଆଜି ଯିବି ମୁଁ ————-।
ତୁମ ନାମ ଧରେ ଯେହୁ
  ସର୍ବ କଷ୍ଟ ହରେ
ଅପୁତ୍ରିକ ପୁତ୍ର ପାଏ
  ତବ ଆଶୀଷରେ
ପ୍ରଭୁ ଦେବ ମହେଶ୍ବର
  ଦୂର କର ଅନ୍ଧ କାର
ହଟାଇ ଅଜ୍ଞାନ ହୃଦ
  ଆଲୋକିତ କର
ଆଜି ଯିବି ମୁଁ ———-।
ଏହି ସଂସାରେ ମୁଁ ହୀନ
 ‌ ହୋଇ ମାୟରେ ଆଚ୍ଛନ୍ନ
 ଘୋଷେ ନାହିଁ ତ୍ରିଲୋଚନ
   ତବ ସହସ୍ର ନାମ
କ୍ଷମା କର ଦୋଷ ମୋର
    ପ୍ରଭୁ ଉମା ମହେଶ୍ୱର 
ଏ ପାପ ଭବ ସାଗରୁ
   ମୋତେ ପାରିକର
ଆଜି ଯିବି ମୁଁ —————-।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

  
   
‌‌

Related posts

ଅପର୍ତ୍ତି ସେଠୀ ଙ୍କ ରମ୍ୟ କବିତା// ବାଃ,ବାଃରେଏଇ ଦୁନିଆଁ

Sunil Chandra Nayak

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା  l l l ବିଦାୟ ୨୦୨୨ l l l

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା = ମିଠା ଦରଜ

Sunil Chandra Nayak

Leave a Comment

error: Content is protected !!