ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ୍

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : କୋଇଲା ନଗରୀ ତାଳଚେର କୁ ଜିଲ୍ଲା ର ମାନ୍ୟତା ଦେବା ନିମନ୍ତେ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେଲା ତାଳଚେର ଜିଲ୍ଲା କ୍ରିୟା ଅନୁଷ୍ଠାନ କମିତି ସଭ୍ୟ ବୃନ୍ଦ ସ୍ଥାନୀୟ ଉପଖଣ୍ଡ ଉପ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ଦେଇ ଆସୁଥିବା ଅବସରରେ ଏହି ଦାବୀକୁ ବଳଦେବା ନିମନ୍ତେ “ଭୁବନେଶ୍ୱର ଚାଲ୍” ର ଏକ କାର୍ଯ୍ୟକ୍ରମ ଆୟୋଜନ କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ଏବଂ ବିଭିନ୍ନ ପ୍ଲେ କାର୍ଡ ଧରି ଭୁବନେଶ୍ୱର ରାଜପଥ ତାଳଚେର କୁ ଜିଲ୍ଲା ର ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପ୍ରୟାସ କରିଥବା ଦୃଷ୍ଟି ଗୋଚର ହୋଇଛି l ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେର କୁ ଜିଲ୍ଲା ମାନ୍ୟତା ଦେବାକୁ ତାଙ୍କ ରାଜନୈତିକ କାର୍ଯ୍ୟକାଳ ରେ ପ୍ରତିଶ୍ରୁତି ଦେଇଥିବା ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପିତାଙ୍କ ସ୍ୱପ୍ନ ପୂରଣ କରନ୍ତୁ ବୋଲି ତାଳଚେର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ସମୂହ ପ୍ରକାଶ କରିଛନ୍ତି ତା’ ଛଡା ଓଡିଶାକୁ ସିଂହଭାଗ ରାଜସ୍ୱ ଦେଇ ତାଳଚେର ପ୍ରତି ରାଜ୍ୟ ସରକାର ଅଣଦେଖା କରି ଆସୁଥିବାରୁ ଭୁତଳ କୋଇଲା ଖଣି ଯୋଗୁ ତାଳଚେର ଆଜି ବିପଦ ସଂକୁଳ ପରିସ୍ଥିତି ଦେଇ ଗତି କରୁଥିବା ଜଣାଇ ଛନ୍ତି ଏଣୁ ଏହା କୁ ଜିଲ୍ଲା ମାନ୍ୟତା ଦେବାରେ ସରକାର ଯଦି କୁଣ୍ଠାବୋଧ କରନ୍ତି ହୁଏତ ଖଣି ଦ୍ୱାରା ବିପର୍ଯ୍ୟସ୍ତ ତାଳଚେର ର ଭବିଷ୍ୟତ ଅନ୍ଧକାର ବୋଲି ପ୍ରକାଶ କରିଥିବା ଆମ ପ୍ରତିନିଧି ଜଣେଇଛନ୍ତି।

Related posts

ଗୁଟଖା କିଣାବିକାକୁ ନାହିଁ ଲଗାମ,ତମାଖୁ ବନ୍ଦ ଆଇନ କେବଳ ଲୋକ ଦେଖାଣିଆ,ସ୍କୁଲ,ଛକ,ବଜାର ଓ ଡାକ୍ତରଖାନା ନିକଟରେ ଖୋଲାଖୋଲି ଉଡୁଛି ଆଇନର ଧଜ୍ୟା

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ରାଇରଙ୍ଗପୁର ଠାରେ ଏକତା ପଦଯାତ୍ରା ଆୟୋଜିତ।

Sunil Chandra Nayak

Leave a Comment

error: Content is protected !!