ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉଟସୋର୍ସିଂ କର୍ମଚାରୀଙ୍କୁ ‘ ମୋ ସରକାର ‘ ରେ ସାମିଲ ନିଷ୍ପତିକୁ ସ୍ଵାଗତ ଜଣାଇବା ସହ ମାସିକ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ ଦାବି କଲା ଏଚଏମଏସ୍‌

ବ୍ରହ୍ମପୁର, ୧୭/୨୨ : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କାର୍ଯ୍ୟରତ ପ୍ରାୟ ଅଡ଼େଇ ଲକ୍ଷ ଆଉଟସୋର୍ଶିଂ କର୍ମଚାରୀଙ୍କୁ ‘ମୋ – ସରକାର ‘ ଅଧୀନକୁ ନିଆଯାଇଥିବାରୁ ହିନ୍ଦ ମଜଦୁର ସଭା ( ଏବ଼ଏମ୍‌ଏସ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହାକୁ ସ୍ଵାଗତ କରାଯିବା ସହ କାର୍ଯ୍ୟରତ ଆଉଟସୋସିଂ କର୍ମଚାରୀଙ୍କୁ ସର୍ବନିମ୍ନ ମାସିକ ୨୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି । ଏ ନେଇ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ନବୀନ ଭବନ ଠାରେ ରାଜ୍ୟ ଉପାଧକ୍ଷ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଣ୍ତିତ ହୋଇ ଆଉଟସୋର୍ସିଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତତଃ ଏହି ଘଟଣା ପରେ କର୍ମଚାରୀମାନେ ସୁରକ୍ଷିତ ହୋଇପାରିବେ ଏବଂ ସର୍ଭିସ ପ୍ରୋଭାଇଡିଂ ସଂସ୍ଥାମାନେ ମନମାନି କାର୍ଯ୍ୟ କରିପାରିବେ ନାହିଁ । ଏହାଦ୍ବାରା ପୂର୍ବରୁ ଦେଖାଯାଇଥିବା ନିୟମିତ ଦରମା ପ୍ରଦାନ , ଇଏସଆଇ , ଇପିଏଫ ନିର୍ଦ୍ଧାରିତ ଜମା ଅର୍ଥ ପୈଠ ନେଇ ଉପୁଜିଥିବା ସମସ୍ୟା ଦୂରୀଭୂତ ହେବା ଆଶା ସଂଚାର କରିଛି । ଏବଂ ସମ୍ପୃଲ୍ଲ ପ୍ରୋଭାଇଡର ସଂସ୍ଥା ନିର୍ଵିଷ୍ଟ ନୀତି ନିୟମ ପ୍ରଳାରେ ପରିଚାଳିତ ହେବେ । ଇତିମଧ୍ଯରେ ରାଜ୍ୟ ସରଜାରଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖ୍‌ ଖର୍ଚକାଟ ଓ ନିଯୁକ୍ତି ସଂକୋଚନ ନୀତିରେ ସରଜାରୀ ଦପ୍ତରରେ ଲକ୍ଷାଧୂଳ ପଦବୀ ଉଚ୍ଛେଦ ସହ ପ୍ରାୟ ଅଡ଼େଇ ଲକ୍ଷ ପଦବୀ ଖାଲି ରହିଛି ଏବଂ ଜଣେ ଠିକା ଶ୍ରମିକ ନିଯୁକ୍ତି ଆଇନ ୧୯୭୧ ଦଶ ଧାରା ଅନୁଯାୟୀ ୧୨ ମାସରୁ ଅଧୁକ ସମୟ ଠିକା କର୍ମଚାରୀ ଭାବେ ନିଯୁଭି କରିବା ବେଆଇନ ଅଟେ । ତା ‘ସତ୍ତ୍ଵେ ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ ଉପରେ ନିର୍ଭର କରାଯାଉଛି । ବିଶେଷକରି ଶିକ୍ଷା ବିଭାଗ, ପୌର ସଂସ୍ଥା, ଡାକ୍ତରଖାନା, ବିଦ୍ୟୁତ, ଗ୍ରାମ ପରିମଳ ଇତ୍ୟାଦି ବିଭାଗରେ ଏହି କର୍ମଚାରୀମାନେ କାର୍ଯ୍ୟ କରନ୍ତି । ସଂପୃକ୍ତ କର୍ମଚାରୀଙ୍କୁ ମାସିକ ମାତ୍ର ୧୦ ହଜାର ଟଙ୍କା ପାରିଶ୍ରମିକ ଦିଆଯାଇଥାଏ । କର୍ମଚାରୀଙ୍କ ପ୍ରାପ୍ୟ ଏହି ଅର୍ଥର ୧୮ ପ୍ରତିଶତ ଜିଏସଟି ବାବଦକୁ ମଧ୍ଯ କଟାଯାଏ । ଅତଏବ ଏହି ସ୍ପଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବାରେ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଡେଣୁ ଏକ ଜନବଲ୍ୟାଣ ରାଜ୍ୟର ସରକାର ଭକ୍ତ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ ନୀତିରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । 

ଆୟୋଜିତ ଏହି ବୈଠକରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ , ଲାଲୁ ମୋହନ ବେହେରା, ଗଞ୍ଜାମ ଜିଲା ମେଡିଳାଲ କର୍ମଚାରୀ ସଂଘ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ , ରାଜ୍ୟ ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ , ଟୁନା ଜେନା , ସନ୍ତୋଷ କୁମାର ପଣ୍ଡିତ , ସୀମାଞ୍ଚଳ ସେଠୀ , ମେହେନ୍ତର ସଂଘ ନେତା ମନୋରଞ୍ଜନ ଲିମାଇ , ଜିଇଡି କର୍ମଚାରୀ , ପରିବହନ କର୍ମଚାରୀ ଓ ଜଳଯୋଗାଣ କର୍ମଚାରୀ ସଂଘର ସଦସ୍ୟମାନେ ଉପସ୍ଥିତ ଥୁଲେ ।

ମସିହା ନିଉଜ ସର୍ଭିସ୍ 

Related posts

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

masiha

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

Sunil Chandra Nayak

ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଲ

masiha

Leave a Comment

error: Content is protected !!