ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ରାଉରକେଲା/ ହମିରପୁର କଣ୍ଟ୍ରାକ୍ଟର କଲୋନୀ ଠାରେ ଶ୍ରୀ ଶ୍ରୀ ହନୁମାନଜୀଙ୍କ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବରେ ସର୍ବଶ୍ରୀ ଉପେନ୍ଦ୍ର ନନ୍ଦ,ନିଗମାନନ୍ଦ ପଣ୍ଡା, ମୀନକେତନ ମିଶ୍ର ଓ ହାଡିବଂଧୁ ମିଶ୍ର ପ୍ରମୁଖ ପୂଜକ ଭାବେ ଓ କର୍ତ୍ତା ଭାବେ ନିରଞ୍ଜନ ସାମନ୍ତରାୟ ଓ ନିର୍ଝରଣୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ଗତ ୨୦ ତାରିଖରେ ଅଙ୍କୁରାରୋପଣ,ପଞ୍ଚଗବ୍ୟ ଶୋଧନ, ଆଜି ଅଧିବାସ, ଜୟଯାତ୍ରା ଓ କର୍ମାରମ୍ଭ ଓ ଆସନ୍ତାକାଲି ମନ୍ଦିର ପ୍ରବେଶ, ଦେବତାନ୍ୟାଶ, ପ୍ରାଣପ୍ରତିଷ୍ଠା ଓ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ପରିଡା, କାଦମ୍ବିନୀ ସାମଲ, ଏସ ରାଜୁ, ଚନ୍ଦ୍ରଭାନୁ ରାଉତ, ପ୍ରଦୀପ କୁମାର କର, ବେଦପ୍ରକାଶ, ଗଙ୍ଗାଧର ଦାଶ, ସୁରେଶ ଦଳବେହେରା, ପଦ୍ମାବତୀ ଦଳବେହେରା, ନବୀନ କୁମାର ଦାସ, ଜ୍ୟୋସ୍ନାରାଣୀ ରାଉତ, ଅଙ୍କିତ ରାଉତ, ଅଂଶୁମାନ ରାଉତ, ଶ୍ରୀଜ୍ଞାନୀ ରାଉତ, ସୁଷମା ପାତ୍ର, ଅର୍ଜୁନ ପ୍ରସାଦ ସାହୁ, ଅଧର ବାରିକ, ଗଦାଧର ବେଜ, ଧର୍ମେନ୍ଦ୍ର ଦାଶ, ନିରଞ୍ଜନ ଦାସ , ମିଟୁ ଦାଶ, ପଦ୍ମନାଭ ଦାଶ,ପ୍ରଭାସ ଦାଶ, ଶୋଭା ସିଂ, ରୂପା ସର୍କାର,ସରସ୍ବତୀ ପାତ୍ର, ପ୍ରୀତି ଶର୍ମା,କୈଳାଶ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ନବରଙ୍ଗପୁର ଗାନ୍ଧୀନଗରରେ ଶ୍ରୀ ଗଣେଶ ପୂଜା 

masiha

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

Sunil Chandra Nayak

Leave a Comment

error: Content is protected !!