ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ…

  ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ…

ଆଜି ତା ୨୨.୦୩.୨୦୨୩ (ବୁଧବାର) ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା, ବର୍ଷ ପ୍ରତିପଦା, ସୃଷ୍ଟ୍ଯାରମ୍ଭ ଦିବସ, ହିନ୍ଦୁ ନବବର୍ଷ, ରାଷ୍ଟ୍ରୀୟ ନବବର୍ଷ, ବ୍ରହ୍ମାଙ୍କ ଦ୍ଵାରା କାଳ ଗଣନା ଆରମ୍ଭ, ଯୁଗାବ୍ଦ ଆରମ୍ଭ, ବିକ୍ରମ ସମ୍ବତ୍ ଆରମ୍ଭ, ଶକାବ୍ଦ ଗଣନା ଆରମ୍ଭ, ଶାଳିବାହନାବ୍ଦ ଆରମ୍ଭ, ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ, ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ମହର୍ଷି ବ୍ୟାସଦେବଙ୍କ ଦ୍ଵାରା ବେଦ ଉପସ୍ଥାପନା ଆରମ୍ଭ, ମହର୍ଷି ଦୟାନନ୍ଦଙ୍କ ଦ୍ଵାରା ଆର୍ଯ୍ୟସମାଜ ପ୍ରତିଷ୍ଠା, ଡଃ ହେଡଗେଓ୍ବାରଙ୍କ ଜନ୍ମ ଦିବସ, ମା’ ଦୁର୍ଗା ଦେବୀଙ୍କର ନବଦିନାତ୍ମକ ବାସନ୍ତୀକ ପୂଜାରମ୍ଭର ପାବନ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା।

   ଆଜି ଚୈତ୍ର ଶୁକ୍ଳ ପ୍ରତିପଦା…. ଭାରତୀୟ କାଳଗଣନା ଅନୁଯାୟୀ ଏବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା, ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଆଜି ପଡ଼ିଛି ରାଷ୍ଟ୍ରୀୟ ନବବର୍ଷ, ଯୁଗାବ୍ଧ ୫୧୨୫ ଏବଂ ବିକ୍ରମ ସମ୍ବତ ୨୦୮୦ । ଏଣୁ ଭାରତୀୟ ସଂସ୍କୃତି ପରମ୍ପରା ଓ ଗୌରବମୟ ଇତିହାସର ପୁନଃ ଜାଗରଣ ପାଇଁ ଆଜି ସାରା ବିଶ୍ୱରେ ଥିବା ସନାତନୀ ହିନ୍ଦୁ ସମାଜ ନବବର୍ଷ ରୂପେ ପାଳନ କରୁଅଛନ୍ତି। 

ଓଡ଼ିଆ ନବବର୍ଷ….

ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କଠାରୁ ଚଳିଆସୁଥିବାର ଅନୁମାନ କରାଯାଏ ।

ଓଡ଼ିଆ ନବବର୍ଷ ଗଣନା ପ୍ରଣାଳି…..

ପୃଥିବୀର ପାଞ୍ଚପ୍ରକାର ଗତି ଅଛି ସେଥି ମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ । ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ । ଏହି ଦୋଳନଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ । ଏହି ଗତି ବର୍ତ୍ତମାନ ପଶ୍ଚାତକ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି । ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ । ଏହା ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସିଦ୍ଧାନ୍ତିମାନଙ୍କ ମତ। ମାତ୍ର ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ । ଏହିପରି ଏହା କେବଳ ୫୪ଡିଗ୍ରୀ ଭିତରେ ହିଁ ଗତି କରିପାରିବ । ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ । ଏହାକୁ ନିରୟଣ ପଦ୍ଧତି କୁହାଯାଏ । ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ । ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ମାତ୍ର ତାହା ଠିକ ନୁହେଁ କାରଣ ଏହିଦିନ ସୂର୍ଯ୍ୟ ବିଷୁବବୃତ୍ତର ପ୍ରାୟ ୯ଡିଗ୍ରୀ ଉତ୍ତରକୁ ଘୁଞ୍ଚି ଆସିଥାନ୍ତି ।

ହିନ୍ଦୁ ନବବର୍ଷ…..

ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହିଁ ହୋଇଥାଏ।ଏହା ପଛରେ ରହସ୍ୟଟି ହେଉଛି ପୃଥିବୀ ସୃଷ୍ଟି ଆରମ୍ଭରେ ସାୟନ ଓ ନିରୟଣ ସୂର୍ଯ୍ୟ ଏକ ବିନ୍ଦୁରେ ଅବସ୍ଥାନ କରୁଥିଲେ । ମାତ୍ର ବର୍ତ୍ତମାନ ସମୟକୁ ଉକ୍ତ ବିନ୍ଦୁ ମୀନଆଡ଼କୁ ୨୪ଡିଗ୍ରୀ ପଶ୍ଚାତ୍କ୍ରମରେ ଘୁଞ୍ଚି ଆସିଛି, ତେଣୁ ଉକ୍ତ ଦିବସରେ ରବିଙ୍କ ସ୍ଥିତି ଆଉ ସେ ବିନ୍ଦୁରେ ରହିପାରୁନାହିଁ । ଅତଏବ ପୂର୍ବବର୍ଷ ଭଳି ରବିସ୍ଫୁଟ ଦିବସରେ ସମାନ ଆସୁନାହିଁ ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା….

Related posts

ବଳଦିଆମାଲ ଏମ କେ ଏମ ସି ଇ ରେ ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

ପତ୍ରାପଡ଼ାଠାରେ ମାଁ ଠାକୁରାଣୀ ଘଣ୍ଟପର୍ବ ଉଦଘାଟିତ

Sunil Chandra Nayak

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକୀ ଉତ୍ସବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort