ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ କଲେଜରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ ପାଳିତ

ଭବାନୀପାଟଣା,୨୩/୨ ସ୍ଥାନୀୟ ବାନ୍ଦୋପଲା ସ୍ଥିତ ବିକାଶ କଲେଜ୍ ର ୱେସଡ଼ମ୍ ପାର୍କ ପରିସରରେ ଯୁକ୍ତ ଦୁଇ ଦୃତୀୟ ବର୍ଷର ବିଦ୍ୟାର୍ଥୀଙ୍କ ବିଦାୟ କାଳୀନ ସମ୍ଭାର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିକାଶର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ, ଅନ୍ୟତମ ଅତିଥି ଭାବେ ଆର୍. ଅସ୍ ଏସ୍ ଭି କ୍ରିଷ୍ଣା, ନିର୍ଦ୍ଦେଶକ ଡି. ରାମ, ଅନ୍ୟତମ ନିର୍ଦ୍ଦେଶକ ଡି. ଶ୍ୟାମ, ଏକାଡେମୀକ୍ ଇନ୍ଚାର୍ଜ ଡି. ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ଉତ୍ସବ ଅବସରରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ଶୁଭ କାମନା ଓ ମାର୍ଗ ଦର୍ଶନ କରିଥିଲେ। ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ଭାଷଣ ଦେଇ ଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହୋଜୋଗ କରିଥିଲେ । ଦୃତିୟ ବର୍ଷର ଛାତ୍ର ଛାତ୍ରୀ ମାନେ କଲେଜରେ ବିତାଇ ଥିବ ଦୁଇ ବର୍ଷ ର ଅନୁଭୂତି ପ୍ରକାଶ କରି ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ବିଧାୟିକା ସୀମାରାଣୀ ଙ୍କ ଉପସ୍ଥିତି ରେ ହିନ୍ଦୋଳ ଏନ୍ଏସି ର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ବିସ୍ଥାପିତଙ୍କୁ ମିଳୁଥିବା କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦାବି

Sunil Chandra Nayak

ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!