ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ କଲେଜରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ ପାଳିତ

ଭବାନୀପାଟଣା,୨୩/୨ ସ୍ଥାନୀୟ ବାନ୍ଦୋପଲା ସ୍ଥିତ ବିକାଶ କଲେଜ୍ ର ୱେସଡ଼ମ୍ ପାର୍କ ପରିସରରେ ଯୁକ୍ତ ଦୁଇ ଦୃତୀୟ ବର୍ଷର ବିଦ୍ୟାର୍ଥୀଙ୍କ ବିଦାୟ କାଳୀନ ସମ୍ଭାର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିକାଶର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ, ଅନ୍ୟତମ ଅତିଥି ଭାବେ ଆର୍. ଅସ୍ ଏସ୍ ଭି କ୍ରିଷ୍ଣା, ନିର୍ଦ୍ଦେଶକ ଡି. ରାମ, ଅନ୍ୟତମ ନିର୍ଦ୍ଦେଶକ ଡି. ଶ୍ୟାମ, ଏକାଡେମୀକ୍ ଇନ୍ଚାର୍ଜ ଡି. ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ଉତ୍ସବ ଅବସରରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ଶୁଭ କାମନା ଓ ମାର୍ଗ ଦର୍ଶନ କରିଥିଲେ। ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ଭାଷଣ ଦେଇ ଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହୋଜୋଗ କରିଥିଲେ । ଦୃତିୟ ବର୍ଷର ଛାତ୍ର ଛାତ୍ରୀ ମାନେ କଲେଜରେ ବିତାଇ ଥିବ ଦୁଇ ବର୍ଷ ର ଅନୁଭୂତି ପ୍ରକାଶ କରି ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ପାଳିତ 

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ଲାୟନସ୍ କ୍ଲବ୍ ର ନୂତନ କର୍ମକର୍ତ୍ତା ଚୟନ , ଜଗନ୍ନାଥ ମହାପାତ୍ର ପୁନର୍ବାର ପଞ୍ଚମ ଥର ପାଇଁ ସଭାପତି 

Leave a Comment

error: Content is protected !!