ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଅଧ୍ୟକ୍ଷ ବିନ୍ଦୁଙ୍କ ଜନ୍ମ ଦିବସ ପାଳନ କଲେ ନବ ଜୀବନ ଅନାଥ ଆଶ୍ରମର ଅନ୍ତେବାସୀ ଙ୍କ ଗହଣରେ

ଗୋଲାମୁଣ୍ଡା ୨୩|୦୨ /ମସିହା/ ନିଜର ଜନ୍ମ ଦିବସକୁ ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ଗୋଲାମୁଣ୍ଡା ବ୍ଲକ ସ୍ଥିତ ନବ ଜୀବନ ଅନାଥ ଆଶ୍ରମ ଠାରେ ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିତ କରିଛନ୍ତି । ଆଶ୍ରମରେ ଥିବା ଅନ୍ତେବାସୀ ଙ୍କ ଗହଣରେ ଉପସ୍ଥିତ ରହି କେକ୍ କାଟି ଜନ୍ମ ଦିନ ପାଳନ କରିବା ସହ ଅନ୍ତେବାସୀ ଙ୍କୁ ମିଷ୍ଠାନ୍ନ ଓ ଖାଦ୍ୟ ସାମଗ୍ରୀ ସାଙ୍ଗକୁ ପାଠ୍ୟ ପୁସ୍ତକ ବଣ୍ଟନ କରିଥିଲେ । ଏବଂ ଅନ୍ତେବାସୀ ଙ୍କ ଦୁଃଖ ସୁଖ ପଚାରି ବୁଝିଥିଲେ ଓ ସମସ୍ୟା ର ସମଧାନ ପାଇଁ ପ୍ରତିଶୃତି ଦେଇଥିଲେ । ତାଙ୍କ ମତ ଅନୁସାରେ ଅନାଥ ଶିଶୁ ଙ୍କ ନିକଟରେ ସ୍ନେହ ,ପ୍ରେମ ଓ ଖୁସି ର ଅଭାବ ଅଛି ତେଣୁ ସେମାନଙ୍କ ସାଥିରେ ଆଜି ଖୁସିରେ ଦିନକୁ ବିତାଇ ସେମାନଙ୍କ ମୁହଁରେ କିଛି ହସ ଓ ଖୁସି ସଂଚାର କରିପାରିଳେ ଆଜିର ଦିନ ଟି ସାର୍ଥକ ହେବ ବୋଲି ନିଜ ଅଭିମତ ରଖିଥିଲେ । ପ୍ରତି ବର୍ଷ ନିଜ ଜନ୍ମ ଦିନକୁ ଏ ଭଳି ଢଙ୍ଗରେ ଅନାଥ ଶିଶୁ ମାନଙ୍କ ଗହଣରେ ପାଳିତ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏପରି କାର୍ଯ୍ୟ କରି ନିଜକୁ ସେ ଖୁସି ଓ ଭାଗ୍ୟବାନ ମନେ କରିଥିଲ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ପତ୍ନୀ ମୀନା ମହାନନ୍ଦ,ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତ, ମାନଝରୀ ସରପଞ୍ଚ  ଜଗୁଜୀବନ ଅଘ୍ରିଆ, ଗୋଳାମୁଣ୍ଡା ସମିତି ସଭ୍ୟା ବନିତା ନାଏକ, ବିଳାସିନି ମହାନନ୍ଦ,ଟେକଚନ ଛତ୍ରିଆ, ଆକାଶ କୁମାର ଜଗତ ଓ ଆଶ୍ରମ ର ପ୍ରତିଷ୍ଠାତା ରାମ ବିଳାସ ସାଗର ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି କାର୍ଯ୍ୟକୁ ବୁଦ୍ଦିଜିବୀ ଓ ଜନସାଧାରଣ ଙ୍କ ମନରେ ପ୍ରଶଂସା କରିବା ସହ ଅନାଥ ଆଶ୍ରମ ର ଅନ୍ତେବାସୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସାମନ୍ତରାୟ ଏକାଡେମୀ ଦ୍ୱାରା ଆୟୋଜିତ କ୍ଯୁଜ୍ ପ୍ରତିଯୋଗିତାରେ ବାଜି ମାରିଲେ ହିତ୍ରାଣୀ

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

masiha

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

masiha

Leave a Comment

error: Content is protected !!