ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

 କାମାକ୍ଷାନଗର (ମନିସ )24/2/23 ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଅନ୍ତର୍ଗତ ଜିରାଳ କଲେଜ ନିକଟ କାଜୁ ବଗିଚା ରେ କିଛି ଯୁବକ ଡକାୟତି ଓ ଲୁଟ ଯୋଜନା କରୁଥିବା ବେଳେ କାମାକ୍ଷା ନଗର ଆଇ ଆଇ ସି ଶରତ କୁମାର ମହାଳିକ ଓ ତାଙ୍କର ଟିମ ସହ ପେଟ୍ରୋଲିଙ୍କ କରୁଥିବା ସମୟରେ ବିଶେଷ ସୂତରୁ ଖବର ପାଇ ସେହି ସ୍ଥାନରୁ ପାଞ୍ଚ ଜଣକୁ ଗିରଫ କରିଛନ୍ତି! ତାଙ୍କ ଠାରୁ ଗୋଟିଏ ପିସ୍ତଲ ଗୋଟିଏ ଖଣ୍ଡା ଚାରିଟି ମୋବାଇଲ ଦୁଇଟି ଛୁରୀ ଓ ବମ ପ୍ରସ୍ତୁତ କରିବା ସାମଗ୍ରୀ ଓ ଦୁଇଟି ମୋଟର ସାଇକେଲ ଜବତ କରିଛନ୍ତି! ଏହି ଡକାୟତ ମାନେ ବାଲିଚତୁରୀ ଗ୍ରାମ ନିକଟରେ ଥିବା ଏସ ପି ସିଂଗଲା କନଷ୍ଟକସନ ରୁ ସବୁ ବେଳେ ଦାଦା ବଟି ଆଦାୟ କରୁଥିବା ସୂଚନା ମିଳିଛି! ଏହି ମାନେ ପୂର୍ବରୁ ବିଭିନ୍ନ ଡକାୟତି ଓ ଲୁଟ ଘଟଣାରେ ସମ୍ପୂର୍କତ ଥିବା ପୋଲିସ ର ହସ୍ତଗତ ହୋଇଛି lଏହି ଅଭିଯୁକ୍ତମାନେ ହେଲେ କାମାକ୍ଷାନଗର ଥାନା ଗୋରଡ଼ିଆ ଗ୍ରାମର ବାଦଲ ମଲ୍ଲିକ, ଅଜିତ ମଲ୍ଲିକ, ସୁଶାନ୍ତ ମଲ୍ଲିକ,ରଜନୀକାନ୍ତ ମଲ୍ଲିକ ଓ ନୀଳକଣ୍ଠ ମଲ୍ଲିକ l ଏହି ଘଟଣା ରେ ଆହୁରି ଅନେକ ଲୋକ ସମ୍ପୂର୍କତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି କାମାକ୍ଷାନଗର SDPO ରଞ୍ଜନ କୁମାର ଦେ ପ୍ରେସମିଟ ରେ ସୂଚନା ଦେଇଛନ୍ତି!

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଜ ସହଧର୍ମିଣୀ ଙ୍କୁ ହତ୍ୟା କରି ଖଟ ବାକ୍ସରେ ରଖି ଦେଇ ସ୍ଵାମୀ ଫେରାର।

masiha

ଖାତିଗୁଡା ରେ ହୋଇଥିବା ହତ୍ୟା କାଣ୍ଡ : ଛ ଦିନର ତନା ଘନା ପରେ ଦୋଷୀ ଚିହ୍ନଟ ଓ କୋର୍ଟ ଚାଲାଣ

masiha

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗ୍ରାମଲୋକ

Sunil Chandra Nayak

Leave a Comment

error: Content is protected !!