ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭା ରେ ମନ୍ତ୍ରୀ ଙ୍କ ଉତ୍ତର ପରେ ଧର୍ମଗଡ ଜିଲ୍ଲା ଗଠନ ନେଇ ଆଶା ସଞ୍ଚାର

ଧର୍ମଗଡ ର ବିକାଶ ପାଇଁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଜରୁରୀ : କ୍ରିୟାନୁଷ୍ଠାନ କମିଟି 

ଧର୍ମଗଡ:୨୪/୨/୨୩: ରାଜ୍ୟ ରେ ନୂତନ ଜିଲ୍ଳା ଗଠନ ନେଇ ଗତ କାଲି ବିଧାନ ସଭା ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ଏକ ଅଣ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟରେ ନୂଆ ରାଜସ୍ବ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ଦାବୀ ପତ୍ର ଗୁଡ଼ିକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ହସ୍ତଗତ ହୋଇଛି । ସମସ୍ତ ମାନ ଦଣ୍ଡକୁ ବିଚାରକୁ ନେଇ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡ଼ିକ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ।

ବରଗଡ଼ର ପଦ୍ମପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡକୁ ନୂଆ ଜିଲ୍ଲା ଘୋଷଣା ପାଇଁ ବିଭାଗର ପ୍ରାପ୍ତ ହୋଇଛି। ସେହିପରି ବିଧାୟକ ନବ ଚରଣ ମାଝୀଙ୍କ ଅନ୍ୟ ଏକ ପ୍ରଶ୍ନର ରାଇରଙ୍ଗପୁର ନୂଆ ଜିଲ୍ଲା ଗଠନ ପାଇଁ ଦାବି ବିଭାଗ ପାଖରେ ଥିବା କହିଛନ୍ତି ମନ୍ତ୍ରୀ । ଏବେ ଏହାକୁ ନେଇ ଧର୍ମଗଡ ଉପଖଣ୍ଡ ଅଞ୍ଚଳ ରେ ସାଧାରଣ ଲୋକଙ୍କ ମଧ୍ୟରେ ଜିଲ୍ଳା ଗଠନ ନେଇ ସକାରାତ୍ମକତା ପ୍ରକାଶ ପାଇଛି । 

   ଅବହେଳିତ ଧର୍ମଗଡ ଉପଖଣ୍ଡ ର ସାମଗ୍ରିକ ବିକାଶ ପାଇଁ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ଜରୁରୀ ବୋଲି ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ଜିଲ୍ଲା ହେବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଭିତ୍ତି ଭୂମୀ ଏଠାରେ ରହିଛି କେବଳ ସରକାରୀ ସ୍ଥର ରେ ଆନ୍ତରିକତା ଅଭାବ ଯୋଗୁ ଦୀର୍ଘ କୋଡ଼ିଏ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଉଠିଥିବା ଏହି ଦାବୀ ପୁରଣ ହୋଇ ପାରିନାହିଁ । ଯେତେବେଳେ ରାଜ୍ୟ ରେ ୧୩ ଜିଲ୍ଲାଥିଲା ସେହି ସମୟରେ ଏକଦା ଏକ ଜନସଭା ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଧର୍ମଗଡ କୁ ଏକ ଜିଲ୍ଲା କରାଯିବା ନେଇ ସୂଚନା ଦେଈ ଥିଲେ । ତେବେ ପରବର୍ତ୍ତି ସମୟରେ ୧୩ ରୁ ୩୦ ଜିଲ୍ଲା ହେଲା କିନ୍ତୁ ଧର୍ମଗଡ ଜିଲ୍ଲା ଗଠନ ହୋଈ ପାରି ନଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ଗଠନ କରିବା କୁ ନେଇ ଦାବୀ ପ୍ରତିବାଦ ହୋଈ ଆସୁଛି । ପଦ୍ମ ପୁର କୁ ଖୁବ ଶୀଘ୍ର ଜିଲ୍ଲା ଘୋଷଣା କରାଯିବା ନେଇ ମୂଖ୍ୟ ମନ୍ତ୍ରୀ ଙ୍କ ଘୋଷଣା ଏବଂ ଆଜି ନୂତନ ଜିଲ୍ଳା ଗଠନ ପ୍ରଶ୍ନ ଉପରେ ମନ୍ତ୍ରୀ ଙ୍କ ଉତ୍ତର ପରେ ଧର୍ମଗତ ଜିଲ୍ଲା ଗଠନ ଆଶା ଦୃଢୀଭୂତ ହୋଇଛି ।

ଜିଲ୍ଳା ଗଠନ ନେଇ ସେମାନେ ଯାହା କୁହନ୍ତି:

   ତୁଷାର ରଞ୍ଜନ ପଟ୍ଟଯୋଷୀ

(କ୍ରିୟାନୁଷ୍ଠାନ କମିଟି ଆବାହକ)

ଜିଲ୍ଳା ଗଠନ ପାଇଁ ଧର୍ମଗଡ ଉପଖଣ୍ଡ ସମସ୍ତ ମାପ ଦଣ୍ଡ ପୁରଣ କରୁଛି। ବିଳମ୍ବ ରେ ହେଲେ ମଧ୍ୟ ବିଧାନ ସଭା ରେ ଧର୍ମଗଡ ଜିଲ୍ଲା ଗଠନ ନେଇ ପ୍ରଶ୍ନ କାଳ ରେ ଉତ୍ତର ଆସିଛି । ଆମେ ଆଶା କରିବୁ ଖୁବ ଶୀଘ୍ର ରାଜ୍ୟ ସରକାର ଏହା ଘୋଷଣା କରନ୍ତୁ । 

  ଆଚାର୍ଯ୍ୟ ହୃଷିକେଶ ମିଶ୍ର

  ସମାଜ ସେବୀ

ସ୍ବର୍ଗତ ବିଜୁ ବାବୁ ଙ୍କ ସମୟ ରେ ୧୯୯୩ ରେ ୧୩ ରୁ ୩୦ ଜିଲ୍ଲା ହେଲା। ସେହି ଦିନ ଠାରୁ ଧର୍ମଗଡ ଉପଖଣ୍ଡ ବାସୀ ଜିଲ୍ଲା ପାଇଁ ଦାବୀ କରି ଆସୁ ଥିଲେ । ତେବେ ଆଜି ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ପ୍ରଶ୍ନ କାଳ ଉତ୍ତର ରେ ଅନ୍ୟାନ୍ୟ ଅଞ୍ଚଳ ସହ ଧର୍ମଗଡ ର ନା ମଧ୍ୟ ନେଇଛନ୍ତି ଏହା ଏ ଅଞ୍ଚଳ ର ଜନ ସାଧାରଣ ଙ୍କ ମଧ୍ୟ ରେ ଧର୍ମଗଡ ଜିଲ୍ଲା ଗଠନ ନେଇ ଆଶା ସଞ୍ଚାର କରିଛି । 

    ଦିଗାମ୍ବର ଦୂରିଆ

 ଆଇନଜୀବୀ , ବରିଷ୍ଠ କଂଗ୍ରେସ ନେତା

ଭୌଗଳିକ ପରିସୀମା ଦୃଷ୍ଟି ରୁ ହେଉ କିମ୍ବା ଜନ ସଂଖ୍ୟା ଦୃଷ୍ଟି ରୁ ହେଉ ସମସ୍ତ ଭିତ୍ତି ଭୂମୀ ଥିବା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ନିହାତି ଆବଶ୍ୟକ ରହିଛି । ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ହିଁ ଏହି ଅଞ୍ଚଳ ର ସାମଗ୍ରିକ ବିକାଶ ରେ ସହାୟକ ହେବ ।

 ଅରୁଣ କୁମାର ତାୟଲ 

ସମ୍ପାଦକ, ଧର୍ମଗଡ ବଣିକ ସଂଘ

ଛୋଟ ଛୋଟ ଜିଲ୍ଲା ଗଠନ ହେବା ଦ୍ଵାରା ପ୍ରଶାସନ ଲୋକାଭିମୁଖି ହେବା ସହ ଶାସନ ଲୋକ ଙ୍କ ନିକଟତର ହୋଇ ଥାଏ । ଏଣୁ ରାଜ୍ୟ ସରକାର ଧର୍ମଗଡ କୁ ଜିଲ୍ଲା ଘୋଷଣା କରନ୍ତୁ ବୋଲି ବଣିକ ସଂଘ ମଧ୍ୟ ଦାବୀ କରୁଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଛୁଟିଛି ଶୁଭେଚ୍ଛା ର ସୁଅ

masiha

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ 

masiha

ନୀଳମଣି କଲେଜରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort