ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ

ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି ଜନତା ପାଖରେ ଜନ ସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିବା ସହ ଗୁରୁବାର ଦିନ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେର ଥିବା ବିଚ୍ଛିନ୍ନାଞ୍ଚଳରେ ପ୍ରାୟ ତିନୋଟି ପାହାଡ଼ ରାସ୍ତାରେ ୪/୫ କିଲୋମିଟର ଘଞ୍ଜ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ପାଦ ଚଲା ରାସ୍ତାରେ ଯାଇ ଦୁର୍ଗମ ଅଞ୍ଚଳର ସାଫାଆମ୍ବ ଓ ରୋହିଆମ୍ବରେ ପହଞ୍ଚି ଥିଲେ । ଲକ୍ଷ୍ମୀପୁର ଯୁବ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଙ୍କ ସହିତ  ଆସିଷ୍ଟାଣ୍ଟ ଇଞ୍ଜିନିୟର ପଭନ କୁମାର, ମହିଳା କନିଷ୍ଠ ଯନ୍ତ୍ରୀ ସ୍ରାବଣୀ ପାଢ଼ୀ ଓ ଅନ୍ୟ କର୍ମଚାରୀ ମାନେ ଥାଆନ୍ତିି।ଲୋକମାନେ କେଉଁ ଭଳି ନିଜ ନିଜର ମୌଳିକ ସୁବିଧା ପାଉଛନ୍ତି ନାଁ ନାହିଁ ତାକୁ ଯାଇ ପରଖିଥିଲେ।                                 

ସ୍ଵାଧୀନତା ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ନାଁ ଏହି ଦୁଇଟି ଗ୍ରାମକୁ ଅଛି ଖଣ୍ଡିଏ ପକ୍କା ରାସ୍ତା ନାଁ ଅଛି ପିଇବା ପାଣି ନାମକୁ ମାତ୍ର ରାଜସ୍ଵ ଗ୍ରାମର ମାନ୍ୟତା ଦିଆଯାଇଛି ଏମାନଙ୍କ ଜୀବନ କେଉଁ ଭଳି ବିତାଉଛନ୍ତି ତାକୁ ତଦାରଖ କରି ପହଞ୍ଚି ବିଡ଼ିଓ ବାସ୍ତବ ଚିତ୍ର ଦେଖି ଉକ୍ତ ଦୁଇଟି ଗ୍ରାମ ୨୪ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦ ଟି ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇ ଦେଇଥିବା ବେଳେ ୭ ଲକ୍ଷ ବିନିଯୋଗରେ ଗାଁ ମୁଣ୍ଡରେ ରାସ୍ତା ଏବଂ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଇବା ପାଣି ଯୋଗାଇ ଦିଆଯାଇଛି ବୋଲି ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରକାଶ କରିଛନ୍ତି। ଏପରିକି ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ମଧ୍ୟ ଆରମ୍ଭ କରାଯାଇଛି ବୋଲି କହିଥିଲେ।ଏ ଭଳି ପ୍ରୟାସ ପାଇଁ ଲକ୍ଷ୍ମୀପୁର ବିଡ଼ିଓଙ୍କୁ ଚାରିଆଡ଼େ ପ୍ରଶଂସାର ସୁଅ ଛୁଟୁଛି ଏପରିକି କୋରାପୁଟ ଜିଲ୍ଲା ପାଳ ମଧ୍ୟ ବିଡ଼ିଓଙ୍କ ଏଭଳି କାର୍ଯ୍ୟ ପାଇଁ ଭୁଭୁଁ ପ୍ରଶଂସା କରିଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି

Sunil Chandra Nayak

ବ୍ରହ୍ମପୁର ଜିଲ୍ଲା ପୋଲିସ ସମସ୍ତ ଥାନାରେ ରୋଲ କଲ୍ ଏବଂ ବ୍ରିଫିଂ ପରେଡ୍ ପରିଚାଳନା 

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!