ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଆହୁରି ସଶକ୍ତ ହେବ ମହିଳା ଏସଏସଜି…ମିଶନ ଶକ୍ତି ମହିଳାଙ୍କୁ ବିଦ୍ୟୁତ୍‌ ଚାଳିତ ସ୍କୁଟର

୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ୍ ଶକ୍ତି ବିଭାଗ ପାଇଁ ୨ହଜାର ୫ଶହ ୫୪ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି। ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ୨ହଜାର ୫ଶହ ୫୪ କୋଟି ବ୍ୟୟବରାଦ କରାଯାଇଛି ।

ଆସନ୍ତା ୫ବର୍ଷ ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ୧୦ହଜାର କୋଟି ଟଙ୍କାର ବ୍ୟବସାୟ ସହାୟତା ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ପାଇ ପ୍ରବସ୍ତାବ ରଖାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟା ମାନଙ୍କପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି।ଆହୁରି ସଶକ୍ତ ହେବେ ମହିଳା ଏସ୍ଏଚ୍‌ଜି ୨୦୦୧ ମସିହାରୁ ଓଡ଼ିଶାର ମହିଳାଙ୍କ ପାଇଁ ଅତୁଳନୀୟ ସାମର୍ଥ୍ୟ ଆଣିଦେଇଛି ମିଶନ ଶକ୍ତି। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ୍ ଶକ୍ତି ଯୋଜନା ମାଧ୍ୟମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକ ସଙ୍ଗଠିତ ଓ ମଜବୁତ୍ କରିବା ଏହାର ମୂଳ ଲକ୍ଷ୍ୟ। ରାଜ୍ୟରେ ମିଶନ ଶକ୍ତି ଅଧିନରେ ପ୍ରାଥମିକସ୍ତରରେ ୩୦ହଜାର ସଂଖ୍ୟକ ସ୍ଵୟଂ ସହାୟକ ଗୋଷ୍ଠୀକୁ ପଞ୍ଜିକୃତ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷରୁ ଉର୍ଦ୍ଧ୍ବ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି।ଏହି ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୮୦ଲକ୍ଷ ମହିଳା ସାମିଲ ହୋଇ ନିଜର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅଗ୍ରସର ହୋଇପାରିଛନ୍ତି।

ବ୍ୟୟ ବରାଦ ତୁଳନାରେ ୨୭ ପ୍ରତିଶତ ଅଧିକ | ଏଥ୍‌ରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ୯ଶହ ୯୬କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ପାଇଁ ଆର୍ଥିକ ସହାୟତା ବାବଦରେ ୯ଶହ ୮୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩ଶହ ୨୦କୋଟି ଟଙ୍କାର ବଜେଟ୍‌ରେ ବ୍ୟୟ ବରାଦ କରାଯାଇଛି ଜିଲ୍ଲାମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧ଶହ ୫୦କୋଟି ଟଙ୍କା ଓ ଏସ୍ଏଚ୍‌ଜିଙ୍କୁ ସୁଧ ରିହାତି ବାବଦରେ ୨ଶହ ୨୦କୋଟି ଟଙ୍କାର ବଜେଟ୍‌ରେ ବ୍ୟୟବରାଦ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାମ୍ନାକୁ ଆସିଲା ରାଜ୍ୟରେ ସାଇବର ଠକେଇର ବାର୍ଷିକ ରିପୋର୍ଟ; ବର୍ଷକରେ ୧୨.୯୬ କୋଟି ଲୁଟିନେଲେ ସାଇବର ଠକ

Sunil Chandra Nayak

ମିଶନ ଶକ୍ତି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କମିବ ସୁଧ ହାର

Sunil Chandra Nayak

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି; ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

Sunil Chandra Nayak

Leave a Comment

error: Content is protected !!