ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଇଉରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ଆରୋହଣ କଲେ କଳାହାଣ୍ଡି ର ଯୁବକ , ସ୍ବାଧୀନତା ଦିବସରେ ଗିରି ଶୃଙ୍ଗ ମାଉଣ୍ଟ ଏଲବୃସ ରେ ଜାତୀୟ ପତାକା ଉଡାଇଲେ….

ଇଉରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ଆରୋହଣ କଲେ କଳାହାଣ୍ଡି ର ଯୁବକ ,

ସ୍ବାଧୀନତା ଦିବସରେ ଗିରି ଶୃଙ୍ଗ ମାଉଣ୍ଟ ଏଲବୃସ ରେ ଜାତୀୟ ପତାକା ଉଡାଇଲେ….

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଦେପୁର ଗ୍ରାମର ରାହୁଲ ପ୍ରଧାନ ୟୁରୋପ ମହାଦେଶର ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ ଏଲବୃସ ସଫଳତା ସହ ଆରୋହଣ କରି ୧୫ ଅଗଷ୍ଟ ୨୦୨୪ ଦିନ ୧୦ ଟାରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି। ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ପରେ ମାଉଣ୍ଟ ଏଲବୃସ ଆରୋହଣ କରିବାରେ କଳାହାଣ୍ଡିର ଦ୍ଵିତୀୟ ହେଲେ ରାହୁଲ ପ୍ରଧାନ। 

ଇଉରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉନ୍ଟ ଏଲବୃଷ (ସମୁଦ୍ର ପତନ ରୁ ୫୬୪୨ ମିଟର) ଚଢ଼ିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ରାହୁଲ ପଧାନ ।ଏହି ଦୁଃସାହସିକ ପର୍ବତାରୋହଣ ରେ ଓଡିଶା ରୁ ଦୁଇ ଜଣ ବାଳକ ଓ ଜଣେ ବାଳିକା ସାମିଲ ଥିଲେ| ସେମାନଙ୍କ ମଧ୍ୟରେ ଦେପୁର ଗ୍ରାମର ବ୍ୟାସଦେବ ପଧାନ ଏବଂ ଆରତୀ ପଧାନ ଙ୍କ ପୁଅ ରାହୁଲ ପଧାନ ଏହି ଟିମ କୁ ନେତୃତ୍ୱ କରୁଥିଲେ| ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ତନ୍ତ୍ର ଦିବସ ଅବସରରେ ସେ ଇଉରୋପ ମହାଦେଶର ଉଚ୍ଚତମ ସୄଙ୍ଘ ମାଉନ୍ଟ ଏଲବୃଷ (୫୬୪୨ମିଟର) ଶୀର୍ଷ ରେ ଭାରତର ଜାତୀୟ ପତକା ଉଡାଇବାରେ ସକ୍ଷମ ହୋଇଛନ୍ତି।| ଏ ନେଇ କଳାହାଣ୍ଡି ଜ଼ିଲ୍ଲାପାଳ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ ପାଢ଼ୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି | ରାହୁଲ କହିଛନ୍ତି ଯେ,ଆଗାମୀ ଦିନରେ ପୃଥିବୀର ଅନ୍ୟ ୬ ଟି ମହାଦେଶର ୬ ଟି ଉଚ୍ଚତମ ଶୃଙ୍ଗ ଯାହାକୁ ଆମେ ପୃଥିବୀର ୭ ସବ୍ ମିଟ୍ ମଧ୍ୟ କହୁଛୁ ତାକୁ ଆରୋହଣ କରିବାର ଆଶା ରଖିଛୁ | ଏ ନେଇ କଳାହାଣ୍ଡି ଜ଼ିଲ୍ଲା କର୍ତ୍ତୃପକ୍ଷ ମଧ୍ୟ ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି | ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମ ଓ ଜ଼ିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି |

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ….

Sunil Chandra Nayak

୫-ଟିରେ ସାମିଲ ହେବ ରାଜ୍ୟର ସବୁ ଡାକ୍ତରଖାନା ,୧୦ ମାସ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ

Sunil Chandra Nayak

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ

Sunil Chandra Nayak

Leave a Comment

error: Content is protected !!