ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଭା ପରିବାର ତରଫରୁ ସ୍ବର୍ଗତ ରବିବାରନାରାୟଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ସଭା

ପ୍ରତିଭା ପରିବାର ତରଫରୁ ସ୍ବର୍ଗତ ରବିବାରନାରାୟଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ସଭା

ଖଇରା,୧୮/୮/୨୪- ବାଲେଶ୍ଵର ଜିଲ୍ଲା ଖଇରା ” ପ୍ରତିଭା ପରିବାର ” ତରଫରୁ ଡାକ୍ତର ସ୍ବର୍ଗତ ରବିନାରାୟଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ସଭା ଖଇରା ପଞ୍ଚାୟତ ଛକ ନିକଟ ଡାକ୍ତର ହରେକୃଷ୍ଣ ରାଉତଙ୍କ କ୍ଲିନିକ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବୁଦ୍ଧିରାମ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶାନ୍ତ କୁମାର ଦାସ, ଚନ୍ଦ୍ର ଶେଖର ପଣ୍ଡା, ଦୀନବନ୍ଧୁ ଦାଶ, ପିତାମ୍ବର ପତି, ଡାକ୍ତର ହରେକୃଷ୍ଣ ରାଉତ, ରଘୁନାଥ ପତ୍ରୀ, ଗୟାଧର ହାତୀ ଓ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ପ୍ରତିଭା ପରିବାରର ସଭ୍ୟ ଏବଂ ପଦପଦବୀଧାରୀ ମାନେ ଅଂଶ ଗ୍ରହଣ କରି ସ୍ମୃତିଚାରଣ କରିଥିଲେ । ସମସ୍ତେ ସ୍ବର୍ଗତ ଡାକ୍ତର ରବିନାରାୟଣ ପାଣିଗ୍ରାହୀ ବିଷୟରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ସେଥି ମଧ୍ୟରୁ ଅମର ଆତ୍ମା, ଅନୁଷ୍ଠାନ ପ୍ରେମୀ, ପ୍ରତିଭା ପରିବାରର ବରିଷ୍ଠ ପରିଜନ ଓ ଆଧୁନିକ ଯୁଗର ଶୁଶ୍ରୂତ ବୋଲି ରଘୁନାଥ ପତ୍ରୀ କହିଥିବା ବେଳେ ଦୀନବନ୍ଧୁ ଦାଶ ସ୍ବର୍ଗତ ପାଣିଗ୍ରାହୀଙ୍କୁ ଦୁର୍ଲଭ ମଣିଷ ବୋଲି କହିଥିଲେ । ଈଶ୍ୱରସମ ବ୍ଯକ୍ତିତ୍ବ, କଥାରେ ଅଧେ ରୋଗ ଭଲ ହୋଇଯାଏ, ଏହା ଅପୂରଣୀୟ କ୍ଷତି ବୋଲି କମଳେଶ ଦାସ କହିଥିଲେ । ସେବାର ପଟାନ୍ତର ନାହିଁ ବୋଲି ରମାକାନ୍ତ ଶତପଥୀ କହିଥିଲେ । ସର୍ବଜନ ପରିଚିତ, ଆଦର୍ଶ ଚିକିତ୍ସକ, ବିନା ଅର୍ଥରେ ଲୋକଙ୍କୁ ସେବା ଯୋଗାଉଥିଲେ ଯାହା ଚିକିତ୍ସକଙ୍କ ମଧ୍ୟରେ ବ୍ଯତିକ୍ରମ ବୋଲି ଡାକ୍ତର ହରେକୃଷ୍ଣ ରାଉତ କହିଥିଲେ । ମନର ଯନ୍ତ୍ରଣା – ଆଧି, ଶରୀର ଯନ୍ତ୍ରଣା – ବ୍ଯାଧି, ଜନ୍ମମାଟିର ମୋହ ତାଙ୍କୁ ଘାରିଥିଲା, ସେ ଜଣେ ପିତାମାତାଙ୍କର ଶ୍ରେଷ୍ଠ ସନ୍ତାନ, ପରିବେଶବିତ୍ତ୍ ଓ ତାଙ୍କ ପରିବାର ଅନ୍ୟମାନେ ମଧ୍ୟ ଡାକ୍ତର ଅଛନ୍ତି ବୋଲି ବୁଦ୍ଧିରାମ ପାଣିଗ୍ରାହୀ କହିଥିଲେ । ୭୮ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଛି ତାଙ୍କର । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଶାସନ ଜନ୍ମ ମାଟି ହୋଇଥିଲେ ହେଁ ଭଦ୍ରକ ସହର ଥିଲା ବାସସ୍ଥାନ । ନର୍ସିଂହୋମ ଖୋଲି ଅନେକ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରୁଥିଲେ । ଖଇରା ମେଡ଼ିକାଲରେ ଥିବା ବେଳେ ତାଙ୍କ ଚିକିତ୍ସାରେ ଲୋକମାନେ ଉପକୃତ ହେଉଥିଲେ । ତାଙ୍କର ବିଧଵା ପତ୍ନୀ ସମେତ ୧ ପୁଅ ଓ ୧ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ସମାଜରେ ଅପୂରଣୀୟ କ୍ଷତି ହୋଇଥିବା ଅଞ୍ଚଳବାସୀଙ୍କ ଠାରୁ ଖବର ସଂଗ୍ରହରୁ ଜଣାଯାଇଛି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂଆପଡାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

ବିଶୋଇ – ୫୦ ନମ୍ବର ରାଜ୍ୟ ରାଜପଥ କୁନ୍ଦୁଳିଆରେ ନବ ନିର୍ମିତ ପୋଲ ଏବଂ ପାର୍ଶ୍ବ ରାସ୍ତା ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ

Leave a Comment

error: Content is protected !!