ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ 

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ 

 ଧର୍ମଗଡ଼ ଆଦିବାସୀ ଭବନରେ ଧର୍ମଗଡ଼ ST ଓ SC ସମାଜର ନେତୃ ମଣ୍ଡଳୀ କୁ ନେଇ ରବିବାର ସକାଳ ୧୦ ଟା ରୁ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା. ଏଥିରେ ଧର୍ମଗଡ଼ ବ୍ଳକ ଆଦିବାସୀ ସଂଘର ସଭାପତି ଶ୍ରୀ ଭବେଶ ଗଇଁତା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ଶ୍ରୀ ପ୍ରକାଶ ମାଝୀ ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ଭାବେ ଶ୍ରୀ ସୁରେଶ ମାଝୀ, ଶ୍ରୀ ଚକ୍ରଧର ବେଣୁପାଣି, ଶ୍ରୀ ଧନମତ ଛତ୍ରିଆ, ହରେକୃଷ୍ଣ ନାଏକ, ଫୁଲେଶ୍ୱର ସେନାପତି ଯୋଗ ଦେଇଥିଲେ. ଆଲୋଚନାରେ ଭାଗନେଇ ଶ୍ରୀ ପ୍ରକାଶ ମାଝୀ ଗତ 1 ତାରିଖ ଦିନ ସୁପ୍ରିମ କୋର୍ଟ କୋଟା ଉପରେ କୋଟା ନେଇଁ ଯେଉଁ ରାୟ ଦେଇଛନ୍ତି ତାହା ସମ୍ବିଧାନ ବିରୋଧୀ, ST-SC ସ୍ୱାର୍ଥ ବିରୋଧୀ ରାୟ. ଏହା କାର୍ଯ୍ୟକାରୀ ହେଲେ ଜାତି ଜାତି ଭିତରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଆମର ଭାଇଚାରା ନଷ୍ଟ ହେବ . ଆଈନ ତିଆରି ପାଇଁ ପାର୍ଲିଆମେଣ୍ଟ ଥିବାବେଳେ କୋର୍ଟ କଚେରୀ ଆଈନ ତିଆରି କରି ସମ୍ବିଧାନର ପ୍ରଦତ୍ତ ସୀମା ଉଲଂଘନ କରୁଛନ୍ତି . ତେଣୁ ଏହି ରାୟ କୁ ବିରୋଧ କରାଯିବ ଓ ଆସନ୍ତା 21 ତାରିଖ ଦିନ ହେବାକୁ ଥିବା ଭାରତ ବନ୍ଦ କାର୍ଯ୍ୟକ୍ରମକୁ ଜୋରଦାର ଭାବେ ସମର୍ଥନ କରି ଧର୍ମଗଡ଼ରେ ବନ୍ଦ କୁ ସଫଳ କରିବାକୁ ଅନୁରୋଧ କରିଥିଲେ. ଆଲୋଚନାରେ ଭାଗ ନେଇଁ ଆଇନଜୀବୀ ଦିଗାମ୍ବର ଦୁରିଆ, ସୁପ୍ରିମକୋର୍ଟ ଙ୍କ ରାୟ କୁ ପ୍ରକୃତରେ ଯଦି ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ନ କରିବାକୁ ଚାହୁଁଛନ୍ତି, ତେଵେ ଏହି ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ ଦିଅନ୍ତୁ, କିମ୍ବା ଅର୍ଡିନାନ୍ସ ଆଣି ରାୟକୁ ଖାରଜ କରନ୍ତୁ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ହରେକୃଷ୍ଣ ନାଏକ, ଦୟାନିଧି ମାଝୀ, ବନମାଳୀ ଭୋଇ , ଭାରତ ବନ୍ଧୁ ସୁନାନୀ, ପ୍ରେମ ଲାଲ ଜଗତ,ସଞ୍ଜୟ ଜାଲ,ଢଗ ନାଏକ, ବିଷ୍ଣୁ ପୁଝାରୀ,ମିଥୁନ ଦୁର୍ଗା,ବିଦୁର ଜାଲ , ବିଶ୍ୱମ୍ବର ଶବର,ଟଙ୍କଧର ଅଣ୍ଟି, ରୁକୁରାମ ଶବର, ରାଜେନ୍ଦ୍ର ଶବର ଆଦି ଅନେକ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

ରିଷିଡାରେ ସମ୍ବାଦ-ଆମ ଓଡିଶାର ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!