ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

ନବରଙ୍ଗପୁର:(୧୭|୮)(ରବି ନାରାୟଣ ମହାନ୍ତି)ପଶ୍ଚିମ ବଙ୍ଗରେ ଅଧ୍ୟୟନ ରତ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟାକାଣ୍ଡର ପ୍ରତିବାଦରେ ଉମରକୋଟ ଭାରତୀୟ ଜନତାପାର୍ଟି ମହିଳା ମୋର୍ଚା ତରଫରୁ ତାଙ୍କର ଆତ୍ମାକୁ ନ୍ୟାୟ ଦେବାପାଇଁ ମହିଳା ମାନେ ପାଟିରେ କଳା କପଡା ବାନ୍ଧି ଏକ ଘଣ୍ଟା ନୀରବ ପ୍ରତିବାଦ କରିଥିଲେ l ଏହା ପରେ ପରେ ସନ୍ଧ୍ଯାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପଶ୍ଚିମ ବଙ୍ଗ ମମତା ବାନାର୍ଜୀ ସରକାର ଙ୍କ ବିରୋଧରେ ନାରା ଦେବା ସହ ପଶ୍ଚିମ ବଙ୍ଗ ସରକାର ଙ୍କୁ ବରଖାସ୍ତ କାଟିବା ପାଇଁ ଦାବୀ କରିଥିଲେ l ଏଥିରେ ମହିଳା ମୋର୍ଚ୍ଚା ର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମନ୍ଦିରା ନାୟକ ଓ ପୌର ପରିଷଦ ସଦସ୍ୟା ଶ୍ରୀମତୀ କନକଲତା ନାୟକ ଙ୍କ ସହ ବହୁ ଭାରତୀୟ ଜନତା ପାର୍ଟିର ମହିଳା କର୍ମୀ ଯୋଗ ଦେଇଥିଲେ l

ମସିହା ନିୟୂଜ୍ ସର୍ଭିସ୍ 

Related posts

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା

Sunil Chandra Nayak

ବନ୍ୟା ଆଶଙ୍କାରେ ଖଇରା ବଜାର ଓ ଆଳଦା ଗ୍ରାମବାସୀ, ପୂର୍ତ୍ତ ବିଭାଗର ଅସହଯୋଗରୁ ଉଠିପାରିଲାନି ବିଦ୍ୟୁତ ଖୁଣ୍ଟ

masiha

ଭଡା ଘରେ ଚାଲିଛି, ଆମ ଅଙ୍ଗନବାଡି କେନ୍ଦ୍ର

masiha

Leave a Comment

error: Content is protected !!