ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

ପାପଡାହାଣ୍ଡି,6/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ଗ୍ରାମ ପଂଚାୟତ ଓ ମୋକିଆ ପଂଚାୟତ ଠାରେ ଆମ ଓଡିଶା ନବୀନ ଓଡିଶାର ପଂଚାୟତ ସ୍ତରୀୟ ସଚେତନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ମଧ୍ୟାହ୍ନ 12 ଘଣ୍ଟା ସମୟରେ ମୋକିଆ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଜଗତ ଜୀବନ ନାୟକଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଓ ନୂତନ ବିଡ଼ିଓ କପିଳଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥି ମାନଙ୍କୁ ଏକ ଶୋଭାଯାତ୍ରାରେ ପାଛୋଟି ନିଆ ଯାଇଥିଲା | ପରେ ସେମାନେ ଆମ ଓଡିଶା ନବୀନ ଓଡିଶାର ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ | ଗ୍ରାମାଞ୍ଚଳର କିପରି ବିକାଶ ହୋଇଛି ସେ ନେଇ ଉପସ୍ଥାପନ କରିଥିଲେ | ପୂର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ସହ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ଥିଲେ | ଏହି ଯୋଜନାରେ ଉପକୃତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା | ଅପରାହ୍ନ 3 ଘଣ୍ଟା ସମୟରେ ପାପଡାହାଣ୍ଡି ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଚନ୍ଦ୍ର ଶେଖର ମାଝୀଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଓ ନୂତନ ବିଡ଼ିଓ କପିଳଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଉପସ୍ଥିତ ଜନ ସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଗ୍ରାମଞ୍ଚଳର ବିକାଶ ଲାଗି ଆମ ଓଡିଶା ନବୀନ ଓଡିଶା ଯୋଜନା ଏକ ପ୍ରୟାସ ବୋଲି କହିଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଳଙ୍ଗ ଚଣ୍ଡୀ ପୀଠରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ସର୍ବଭାରତୀୟ ସ୍ତରରେ ଗାନ୍ଧୀଜୀ ଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ

Sunil Chandra Nayak

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

Sunil Chandra Nayak

Leave a Comment

error: Content is protected !!