ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମୋ-ସରକାର’ ଅଧୀନରେ ଆଉଟ୍‌ସୋର୍ସିଂ ସଂସ୍ଥା। ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ବର୍ତ୍ତମାନ ‘ମୋ-ସରକାର’ ଅଧୀନକୁ ଆଉଟ୍‌ସୋର୍ସିଂ ସଂସ୍ଥା ଯାଇଛି। ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସେବା ଯୋଗାଉଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ଅଣାଯାଇ ଥିବାବେଳେ ଯେଉଁ ସଂସ୍ଥା ଠିକ୍‌ ଭାବେ କର୍ମଚାରୀଙ୍କୁ ଦରମା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବାକୁ ଯୋଜନା ରହିଛି।

ଏହାସହ ଯେଉଁ ସଂସ୍ଥା ବିଳମ୍ବରେ ଦରମା ଦେବେ ସମ୍ପୃକ୍ତ ସଂସ୍ଥାକୁ ଖରାପ ପ୍ରଦର୍ଶନ ଦର୍ଶାଯିବ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ(ବ୍ଲାକ୍‌ ଲିଷ୍ଟ୍‌) କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଯଦି ନିର୍ଦ୍ଦିଷ୍ଟ ସମୟ ଠାରୁ ୭ ଦିନ ପରେ କୌଣସି ସଂସ୍ଥା ଦରମା ଦେବ ତେବେ ସମ୍ପୃକ୍ତ ସଂସ୍ଥାକୁ ‘ଭେରି ବ୍ୟାଡ୍ -ରେଟିଂ’ ପ୍ରଦାନ କରାଯିବ।

ସେହିପରି ନିର୍ଦ୍ଦିଷ୍ଟ ସମୟଠାରୁ ୭ ଦିନ ମଧ୍ୟରେ ଦରମା ଦେଲେ ‘ଦୁର୍ବଳ ବା Poor’- ରେଟିଂ ମିଳିବ। ୫ଦିନ ମଧ୍ୟରେ ଦରମା ଦେଲେ ଗୁଡ଼’ ଏବଂ ୩ ଦିନ ମଧ୍ୟରେ ଦେଲେ ‘ଆଉଟଷ୍ଟାଣ୍ଡିଂ ’ ପୁରସ୍କାର ପ୍ରଦାନ କରାଯିବ। ଯଦି ସଂପୃକ୍ତ ସର୍ଭିସ ପ୍ରୋଭାଇଡର ସଂସ୍ଥା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଇପିଏଫ ଏବଂ ଇଏସଆଇ କର୍ମଚାରୀଙ୍କୁ ପୈଠ କରେ ତେବେ ଉକ୍ତ ସଂସ୍ଥାକୁ ‘ଆଉଟ ଷ୍ଟାଣ୍ଡିଂ ପର୍‌ଫରମାନ୍ସ’ ଦର୍ଶାଯିବ।  

ଯେଉଁ ସଂସ୍ଥା ଠିକ୍‌ ସମୟରେ ଏହାର କର୍ମଚାରୀଙ୍କୁ ଦରମା ନଦେଲା ଏବଂ ଇପିଏଫ୍ ଓ ଇଏସଆଇ ପୈଠ ନ କଲା ଉକ୍ତ ସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଏପରିକି ଉକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ସହ ଜରିମାନା ଧାର୍ଯ୍ୟ କରାଯିବ। ଆଉଟସୋର୍ସିଂ ସଂସ୍ଥା ରାଜ୍ୟରେ କିଭଳି କାର୍ଯ୍ୟ କରୁଛି ଏବଂ ସରକାରଙ୍କ ସହ ଥିବା ଚୁକ୍ତି କିପରି କାର୍ଯ୍ୟକାରୀ ହେଉଛି ସେନେଇ ଜାନୁଆରୀ ୨୦ରେ ତଥ୍ୟ ମଗା ଯାଇଥିଲା। ହେଲେ ଆଉଟସୋର୍ସିଂ ସଂସ୍ଥା ଓ ସରକାରଙ୍କ ତଥ୍ୟରେ ତାଳମେଳ ନଥିଲା। ଏହାକୁ ନେଇ ତର୍ଜମା ପରେ ଏହିସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାର ଓ ନୂତନ ଶୈକ୍ଷିକ ବ୍ଲକର ଉଦଘାଟନ 

Sunil Chandra Nayak

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର 

୨୦୨୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଛି ମାଗାଣା ଚିକିତ୍ସା

Sunil Chandra Nayak

Leave a Comment

error: Content is protected !!