ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ସଭାଗୃହ ପରିସରରେ ଆଜି ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଥାନା ଅଞ୍ଚଳରେ ପ୍ରତେକ ଦିନ ଘଟୁଥିବା ଦୁର୍ଘଟଣା କିଭଳି ରୋକାଯାଇ ପାରିବ ,ଦ୍ରୁତଗାମୀ ଚାଳକଙ୍କୁ ସତର୍କତା କରାଇବା ସହ ପରବର୍ତ୍ତୀ ସମୟରେ ଯଦି ନ ମାନନ୍ତି ତାଙ୍କ ବିରୁଦ୍ଧରେ ଦୃଡ଼ କାର୍ଯନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରିବା ଉପରେ ଆଲୋଚନା ହୋଇଥିଲା ।ବିଶେଷ କରି ଜେକେପୁର ସହରର ଟ୍ରାଫିକ ସମସ୍ୟାକୁ ନେଇ ବିତ୍ରୁତ ଭାବେ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇବ ପାରିବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଉପସ୍ଥିତ ଜନ ସାଧାରଣ ମତ ପ୍ରକାଶ କରିଥିଲେ ।ସେହିଭଳି ଦେଶୀ ଓ ଵିଦେଶୀ ମଦର ଚୋରା ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।ଚୋରୀ ଲୁଟ ରାହାଜାନୀକୁ ରୋକିବା ପାଇଁ ରାତ୍ରି ସମୟରେ ପେଟ୍ରୋଲୀଙ୍କୁ କୁ ବଡାଇବା ପାଇଁ ଅନୁରୋଧ କରାଯାଇଥିଲା ।ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକୁ ରୋକିବା ପାଇଁ ଟ୍ରାଫିକ ଛକ ଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ସି ସି ଟିଭି ଲଗାଇବା ଯୋଜନା ରହିଥିବା ଥାନା ଅଧିକାରୀ ପ୍ରକାଶ କରିଥିଲେ । ଚାନ୍ଦିଲି ଥାନା ଅଧିନରେ ଥିବା ପ୍ରତେକ ଗାଁରେ ବିଭିନ୍ନ ପ୍ରକାର ଅଘଟଣ କୁ ରୋକିବା ପାଇଁ ପେଟ୍ରୋଲିଂ ବ୍ୟସ୍ତତା କରିବା ପାଇଁ ଗ୍ରାମାଞ୍ଚଳରୁ ଉପସ୍ଥିତ ଥିବା ଜନତା ଅନୁରୋଧ କରିଥିଲେ ।ବିଶେଷକରି ଜେକେପୁର ଅଞ୍ଚଳରେ ଘଟୁଥିବା ଗୋଷ୍ଠି ସଙ୍ଘର୍ଷକୁ ରୋକି ତାହାର ସମାଧାନ କିଭଳି ନିଆଯିବ ସେ ବାବଦରେ ପୃଥକ ପୃଥକ ସଭାକରି ଉଭୟ ଗୋଷ୍ଟିଙ୍କୁ ବୁଝାଇ ସମାଧାନ କରିବା ପାଇଁ ଚେଷ୍ଟା କରା ଯିବବୋଲି ଥାନାଧିକାରୀ କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ଚାନ୍ଦିଲି ଥାନାଅଧିକାରୀ ଯଦବନ୍ତ ହିଆଲଙ୍କ ନେତୃତ୍ୱରେ ହୋଇଥିବା ବେଳେ ରାୟଗଡା ଗ ଜୋନ ଜିଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲକା ଯୋଗଦେଇଥିବା ବେଳେ ସମସ୍ତ ଗ୍ରାମ ପଂଚାୟତ ସରପଞ୍ଚ ,ଜେକେପୁର ବଣିକ ସଂଘ ସଭାପତି,ଡ୍ରାଇଭର ମହାସଙ୍ଘର ସଭାପତି ବୁଦ୍ଧିଜୀବୀଙ୍କ ସହ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।ଶେଷରେ ଚାନ୍ଦିଲି ଥାନା ଏସ ଆଇ ଅନିରୁଦ୍ଧ ଜାଲି ଉପସ୍ଥିତ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା          ‘ଦି ଏପ୍ଳିକେଶନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ୍’

Sunil Chandra Nayak

କଳାହାଣ୍ଡି ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

ସର୍ଗିଗୁଡ଼ା ଏବଂ କୁଚାଗାଁରେ ଉଦ୍ଘାଟିତ ହେଲା ସମବାୟ ସମିତି

Sunil Chandra Nayak

Leave a Comment

error: Content is protected !!