ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ , ଚଳିତ ବର୍ଷ ନାମଲେଖା ହେବ

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ ବୋଲି ଜଣାପଡ଼ିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଗତ ଫେବ୍ରୁଆରି ୧୪ ତାରିଖରେ ଏନ୍ଏମ୍‌ସିଟିର ୩ ଜଣିଆ ଟିମ ଅଚାନକ ମେଡିକାଲ କଲେଜକୁ ପରିଦର୍ଶନ କରିଥିଲେ । ଏହି ଟିମ କଲେଜ ପାଇଁ ଲାଇବ୍ରେରି, ଟିଚିଂ ହସ୍ପିଟାଲ ସମେତ ବିଭିନ୍ନ ବିଷୟ ଉପରେ ଆବଶ୍ୟକତା ପୂରଣ ନିମନ୍ତେ ରିପୋର୍ଟ ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ କଲେଜ କାମ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦେବା କାର୍ଯ୍ୟ ଚାଲିଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟ ଭଙ୍ଗାବାରୀରେ ସରକାରୀ ମେଡିକାଲ କଲେଜର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଟାଟା ପକ୍ଷରୁ ପ୍ରାୟ ୨ ଶହ କୋଟି ବ୍ୟୟ ଅଟକଳରେ ମେଡିକାଲ କଲେଜ କ୍ୟାମ୍ପସ,ଏକାଡେମୀ ବିଲିଂ, ହଷ୍ଟେଲ, ଷ୍ଟାଫ କ୍ବାର୍ଟର୍ସ ନିର୍ମାଣ ହୋଇଛି। ସେହିଭଳି ପ୍ରାୟ ୨୦୬ କୋଟି ବ୍ୟୟ ଅଟକଳରେ ଟିଚିଂ ହସ୍ପିଟାଲ ନିର୍ମାଣାଧୀନ କଲେଜ କ୍ୟାମ୍ପସରେ ତିଆରି କରାଯାଉଛି। ଏହି ନିର୍ମାଣ କାର୍ଯ୍ୟ ଗୁଜରାଟର ଇରମ ଟ୍ରେଙ୍ଗଲ ସଂସ୍ଥା ପକ୍ଷରୁ ଚାଲିଛି। ଏହି ଟିଚିଂ ହଲ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତ୍ବରାନ୍ବିତ କରାଯାଇଛି। ଏହି ମେଡିକାଲ କଲେଜରେ ଚଳିତ ବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । କିନ୍ତୁ ସମସ୍ତ ଷ୍ଟାପ୍ କ୍ବାର୍ଟର୍ସ ନିର୍ମାଣ ଶେଷ ହୋଇଥିବା ବେଳେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ଏଵଂ ଅଧିକ୍ଷକ ଙ୍କ କ୍ୱାଟର ନିମନ୍ତେ କୌଣସି ବ୍ୟୟ ବରାଦ ହୋଇନାହିଁ। ସେହିଭଳି ବର୍ତ୍ତମାନ ସିଡିଏମ୍ଓ କାର୍ଯ୍ୟାଳୟ ପରିସରରେ ଏଡିଏମ୍ଓ ଅଫିସରେ ମେଡିକାଲ କଲେଜ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଚାଲିଛି। ଏପର୍ଯ୍ୟନ୍ତ ୭୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରଫେସର ପଦବି ମଧ୍ୟରୁ ପ୍ରାୟ ୩୫ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେଣ୍ଟ୍ରାଲ ଲାଇବ୍ରେରି ପାଇଁ ବହି ଯୋଗାଡ଼ କରାଯିବା ସହ ୨୦ଟି କମ୍ପ୍ୟୁଟର ଲଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କମ୍ପ୍ୟୁଟର କିଣାରେ ବିଳମ୍ବ ହେଉଥିବା ଯୋଗୁଁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାର ପ୍ରାୟ ୨୦ଟି କମ୍ପ୍ୟୁଟର ମେଡିକାଲ କଲେଜରେ ଲଗାଯିବାକୁ ପଦକ୍ଷେପ ନିଆଯାଇଛି। ସେହିଭଳି ଟିଚିଂ ହସ୍ପିଟାଲ ନିମନ୍ତେ ପ୍ରାୟ ୭ କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୩୩୦ ବେଡ ହସ୍ପିଟାଲ ନିମନ୍ତେ ବର୍ତ୍ତମାନ ଆଇସିୟୁର ପୁନର୍ବିନ୍ୟାସ ଚାଲିଛି। ଡାକ୍ତରଖାନା ପରିସରରେ ଏନେଇ ବ୍ୟାପକ ବ୍ୟବସ୍ଥା ଆରମ୍ଭ ହୋଇଛି କଳାହାଣ୍ଡି ସରକାରୀ ମେଡିକାଲ କଲେଜରେ ଅଧ୍ୟକ୍ଷ ଓ ଡିନ ଭାବରେ ଡାକ୍ତର ବସନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ ଅଧୀକ୍ଷକ ଭାବରେ ଡାକ୍ତର ହରେକୃଷ୍ଣ ଦଳେଇ ଯୋଗ ଦେଇଛନ୍ତି।

ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ନାମ ଲେଖା ଆରମ୍ଭ ହେବ। ଏଥି ନିମନ୍ତେ ଲ୍ୟାବଠାରୁ ଆରମ୍ଭ କରି ସିକ୍ୟୁରିଟି, ସଫେଇ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କିଭଳି ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ମେଡିକାଲ କଲେଜ ପରିସରରେ ବିଭିନ୍ନ ସଫେଇ, ସୌନ୍ଦର୍ଯ୍ୟକରଣ ଭଳି ସାମାନ୍ୟ କାମ ବାକି ରହିଛି | ଖୁବ୍‌ଶୀଘ୍ର ଟାଟା କମ୍ପାନି ସ୍ବାସ୍ଥ୍ୟ ବିଭାଗକୁ ମେଡିକାଲ କଲେଜ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

Sunil Chandra Nayak

କଳାହାଣ୍ଡି ଲେଖକ କଳା ପରିଷଦର ବିଷୁବ ମିଳନ-୨୬ ଉଦଯାପିତ 

Sunil Chandra Nayak

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

Leave a Comment

error: Content is protected !!