ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳସୀ ମଣ୍ଡେଇ ନିମନ୍ତେ ନୂତନ କମିଟି ଗଠନ 

ରାଇଘର ୨୫ /୨ (ମ ନି ସ ) ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ହେବାକୁ ଥିବା ଚଳିତ ବର୍ଷ ମାଁ କଳସୀ ଠାକୁରାଣୀଙ୍କ ଯାତ୍ରା ତଥା କଳସୀ ମଣ୍ଡେଇ ନିମନ୍ତେ ନୂତନ କମିଟି ଗଠନ କରାଯାଇଛି | ଏହି ଅବସରରେ ମାଁ କଳସୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ରାଇଘର ସାତପାଲିର ମୁଖିଆ କମଳ ସିଂ ରାଜପୁତ ଅଧ୍ୟକ୍ଷତା କରିଥିବା ବେଳେ ଗଞ୍ଜାପାରା ମୁଖିଆ ସୁଦର୍ଶନ ମାଝୀ , ମାଳୀସିଂ ପାତ୍ର , ଇନ୍ଦଲ୍ ନାୟକ, ମହେଶ ଧରୁଆ, ପରଦେଶୀ ପୂଜାରୀ , କିରଣ ପଟ୍ଟନାୟକ , ଭବାନୀ ନାୟକ , ରାମନାଥ କେଉଟ , ବିଲୁସିଂ ରାଜପୁତ ପ୍ରମୂଖ ଉପସ୍ଥିତ ଥିଲେ | ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖ ଦିନ ମାଁଙ୍କ ଘଟ ସ୍ଥାପନ କରାଯାଇ ସେହି ଦିନ ଠାରୁ ମାଁ କଳସ ମୁଣ୍ଡେଇ ଗାଁ ପରିକ୍ରମାରେ ବାହାରିବେ l ସାତ ଦିନ ଗାଁ ପରିକ୍ରମା ଶେଷ କରି ଅପ୍ରିଲ ୪ ତାରିଖ ଦିନ ମାଁ ଙ୍କର କଳସ ମନ୍ଦିରରେ ପହଞ୍ଚିବ l ପ୍ରତିବର୍ଷ ଏହି ଅବସରରେ କଳସୀ ପଡିଆ ଠାରେ ୩ ଦିନ ଧରି ଦୋକାନ ବଜାର ସହିତ ମୀନାବଜାର ଓ ଦୋଳି ଆଦି ବସି ଆସୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ମଣ୍ଡେଇ ଯାତ୍ରାକୁ ୫ ଦିନ ପର୍ଯ୍ୟନ୍ତ ଅବଧି ବଢାଇ ଦିଆଯାଇଛି l ଫଳରେ ଲୋକେ ୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମେଳାର ଉପଭୋଗ କରିବେ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି l ଏହି ଯାତ୍ରାର ପରିଚାଳନା ନିମନ୍ତେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା | ଏହି କମିଟିରେ ସଭାପତି ଭାବେ ଜିତେନ୍ଦ୍ର ଶ୍ରୀବାସ୍ତବ , ଉପ ସଭାପତି ଭାବେ ଖେମସିଂ ରାଜପୁତ ଓ ରିଙ୍କୂ ଶ୍ରୀବାସ୍ତବଙ୍କୁ ଚୟନ କରାଯାଇଥିଲା | ଏଥିସହିତ ସମ୍ପାଦକ ଭାବେ ମୋହିତ ଦଣ୍ଡସେନା , ସହ ସଂପାଦକ ଭାବେ ଜଗନ୍ନାଥ କୁଲଦୀପ , ଜଗଦୀଶ ମାଝୀ ଓ କୋଷାଧ୍ୟକ୍ଷ ଭାବେ ମନୋଜସିଂ ରାଜପୁତ ପ୍ରମୂଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ | ଏହି ଅବସରରେ ସାତପାଲିର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

masiha

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା

masiha

Leave a Comment

error: Content is protected !!