ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

ଲକ୍ଷ୍ମୀପୁର.୨୫।୦୨ // କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ଡ୍ରାଇଭର ମାନେ ଅନେକ ଅସୁବିଧା ଦେଇ ଗତି କରୁଛନ୍ତି।ଏନେଇ ଏବେ ଡ୍ରାଇଭର୍ ସଂଘ ରାସ୍ତାକୁ ଓହଲାଇବାକୁ ବାଧ୍ୟ ହୋଇଛି।ଏଇ କ୍ଷେତ୍ରରେ ଆଜି ଲକ୍ଷ୍ମୀପୁର ବ୍ଲକ ସଦର ଠାରେ ରାଜ୍ୟ ଡ୍ରାଇଭର୍ ମହା ସଙ୍ଘର ସଭାପତି ଅଜୁ ଭାଇଙ୍କ ନିର୍ଦ୍ଧେସ କ୍ରମେ ଜିଲ୍ଲା ଡ୍ରାଇଭର୍ ମହା ସଂଘ ଦସଟି ଦାବି ନେଇ ରାସ୍ତାକୁ ଓହ୍ଲାଇଚି। ଜଦି ରାଜ୍ୟ ସରକାର ଏସମସ୍ତ ଦାବି ଉପରେ ଗୁରୁତ୍ଵ ନଦିଅନ୍ତି ତେବେ ଆସନ୍ତା ମାର୍ଚ ମାସ ୧୫ ତାରିଖ ଠାରୁ ଶ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ କରାଜିବ ବୋଲି ଡ୍ରାଇଭର ମହା ସଂଘ ଚେତାବନି ଦେଇଛି। ଏନେଇ ସ୍ଥାନିୟ ବ୍ଲକ ସଦର ପରବ ପଡିଆ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଜାଇ ଲକ୍ଷ୍ମୀପୁର ବ୍ଲକ ସଂଘର ସଭାପତି ଦିଲିପ ଗରଡାଙ୍କ ନେତୃତ୍ଵରେ ଏକ ବିସାଳ ରାଲି ବାହାରିଥିଲା।ଉକ୍ତ ରାଲି ମାଧ୍ୟମରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଡ୍ରାଇଭର ମାନେ ଦୁଇ କିଲୋମିଟର ଦୁର ସ୍ଥାନିୟ ଘୋଡା ବନ୍ଧ ପର୍ଯ୍ୟନ୍ତ ଜାଇ ଥିଲେ।ଉକ୍ତ ଦସ ଦଫା ଦାବି ମଧ୍ୟରେ ମୁଖ୍ୟତଃ ଡ୍ରାଇଭର ମାନେ ଦୁର୍ଘଟଣାରେ ମୃତ୍ୟ ବରଣ କଲେ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା,ପ୍ରତି ସହେ କିଲୋମୋଟର ରାସ୍ତା ମଧ୍ୟରେ ପାର୍କିଙ୍ଗ୍ ବ୍ୟବସ୍ଥା ଓ ସମସ୍ତ ସୁବିଧା ସହ ଗୋଟିଏ ଲେଖା ବିଶ୍ରାମଗାର ସ୍ଥାପନ ଭଳି ଦାବି ରହିଚି।ଏଥିରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକର ସତାଧିକ ଡ୍ରାଇଭର ମାନେ ଯୋଗ ଦେଇଥିଲା ବେଳେ ଲକ୍ଷ୍ମୀପୁର ପୋଲିସ ତରଫରୁ ସାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଜାଇଥିଲା।ଏଥିରେ ଲକ୍ଷ୍ମୀପୁର ଡ୍ରାଇଭର ମହାସଂଘର ଉପ ସଭାପତି ବଳରାମ ବାଘ,ସମ୍ପାଦକ ଦିଲିପ ନିସାଲ୍,ବାବୁଲି ତୁରୁକ୍,ରବି ସେଠିଙ୍କ ସମେତ ଅନ୍ୟ ଡ୍ରାଇଭର ମାନେ ଯୋଗ ଦେଇ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିବା ପାଇଁ ନିତେଶ କୁମାରଙ୍କ ପ୍ରୟାସ

ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ମୃତ୍ୟୁ ଶବ ରଖି ରାସ୍ତାରୋକ କଲେ ପରିବାର ଲୋକେ

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!