ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣପୁର ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

ଥୁଆମୁଳ ରାମପୁର:୨୬/୦୨- (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୁଣପୁର ସାଇସୁରୁଣୀ ଗ୍ରାମ ଠାରେ ଥିବା ସରକାରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳର ସମସ୍ୟା ଥିବା ଜଣାପଡିଛି। ଏହି ବିଦ୍ୟାଳୟରେ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ୨୬୨ ଜଣ ଅନ୍ତେବାସି ଥିବାବେଳେ ଦିବାଧ୍ଯାୟୀ ୮୮ ଜଣ ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି। ତେବେ ଆଦିବାସୀ ହରିଜନ ଛାତ୍ରଛାତ୍ରୀ ହଷ୍ଟେଲ ରହୁଛନ୍ତି। ସେମାନଙ୍କ ନିତ୍ଯବ୍ଯବହୃତ ପାଇଁ ପାନୀୟ ଜଳ ସମସ୍ୟା ଦୀର୍ଘ ଦିନରୁ ରହିଆସିଛି। କୌଣସି ପ୍ରକାରରେ ଏହାର ସମାଧାନ ହୋଇପାରୁନାହିଁ। ସରକାରଙ୍କ ପକ୍ଷରୁ ପାନୀୟ ଜଳର ସୁବ୍ଯବସ୍ଥା ଦିଗରେ ଗୁରୁତ୍ୱ ଦିଆଯାଇଛି ବୋଲି କହୁଛନ୍ତି। ହେଲେ ଏହି ବିଦ୍ୟାଳୟରେ ତାହାର ତୃଟି ପରିଲକ୍ଷିତ ହୋଇଛି। ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଜଳ ସମସ୍ୟା ରହିଛି ସେମାନେ କେମିତି ଚଳୁଛନ୍ତି। ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ିଛି ଯେ, ସରକାରଙ୍କ ପାନୀୟ ଜଳ ଯୋଗାଣ ବ୍ଯବସ୍ତାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିବା ଭଳି ମନେହୁଏ। ଏହାର ସମାଧାନ ପାଇଁ ବିଦ୍ଯାଳୟ କତ୍ତୃପକ୍ଷ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବ ଯୋଗୁଁ ବିଦ୍ୟାଳୟରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ପାଇଁ ଜଳର ସମସ୍ୟା ଉପୁଜିଥିବା ଦେଖିବାକୁ ମିଳୁଛି। ବହୁ ଦିନରୁ ଖୋଲା କୂଅ ବର୍ତ୍ତମାନ ଶୁଖିଲା ଓ ଦୂଷିତ ଜଳ ରହିଛି ଏହା ସହିତ ନଳକୂପ ଅଚଳାବସ୍ଥା ଭାବରେ ପଡିରହିଛି। ଏପରିପ୍ରେକ୍ଷିରେ ଛାତ୍ରଛାତ୍ରୀ କେମିତି ଚଳୁଛନ୍ତି ତାହା ସେମାନେ ହଁ ହୃଦୟଙ୍ଗମ କରୁଛନ୍ତି। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି ଆଦିବାସୀ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଆଦିବାସୀ ହରିଜନ ଛାତ୍ରଛାତ୍ରୀ ପାଇଁ ଉଦିଷ୍ଟ ରହିଅଛି ତେଣୁ ବୋଧହୁଏ ଅଣଦେଖା କରାଯାଉଛି। ଏହି ଭଳି ଅନେକ ପ୍ରଶ୍ନ ବିଭିନ୍ନ ମହଲରେ କରାଯାଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ଜଳ ଯୋଗାଇ ଦେବା ଓ ସ୍ଥାୟୀ ବ୍ଯବସ୍ଥା କରିବା ପାଇଁ ଅବିଭାବକଙ୍କ ପକ୍ଷରୁ ଦାବି କରାଯାଇଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧାମରା ସଂଘରେ ବର୍ଷା କବିତା ଆସର

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

masiha

କାନଭାସ ଆୟୋଜିତ ୧୦ମ ରାଉରକେଲା ଦିବସ ଆସନ୍ତା ୧୧ ଓ ୧୨ରେ …..

Sunil Chandra Nayak

Leave a Comment

error: Content is protected !!