ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରିଦିନ ହେଲା BSNL ଯୋଗାଯୋଗ ସେବା ଠପ 

ବନ୍ଧୁଗାଁ ତା,୨୬:୩:୨୩, ବନ୍ଧୁଗାଁ ବ୍ଲକରେ ଆଜକୁ ପ୍ରାୟ ଚାରିଦିନ ହବ ସରକାରଙ୍କ ବିଏସଏନଏଲ ଯୋଗାଯୋଗ ସେବା ବନ୍ଦ ରହିଛି I ଯୋଦ୍ୱାରାକି ସରକାରୀ କିମ୍ଭା ବେଶରକାରୀ କାର୍ଯ୍ୟାଳୟ ମାନଙ୍କରେ ନେଟର ଅସୁବିଧା ହେତୁ କାର୍ଯ୍ୟ ହୋଇ ପାରୁନଥିବାର ଦେଖିବାକୁ ମିଳୁଛି I ଯାହାକି ବିଲ ପୈଠ,ମନରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ସାପ୍ତାହିକ , ଦୈନିକ କାର୍ଯ୍ୟର ଶ୍ରମିକଙ୍କ ମଜୁରୀର ଏଫଟିଓ କଫି, ଓ କିଓସକେ ବ୍ୟାଙ୍କ ପାଇଁ ଲିଙ୍କ ଅସୁବିଧା । ତହସିଲ କାର୍ଯ୍ୟାଳୟ ମାନଙ୍କରେ ଚାଷୀଙ୍କ ଜମି ପଟା, ଛାତ୍ରଛାତ୍ରୀଙ୍କ ପାଇଁ ଆୟ, ଜାତିଗତ ଓ ବସବାସ  ପ୍ରମାଣ ପତ୍ର, ବିଚ୍ଛିନ୍ନ ଜଙ୍ଗଲ ଘେରରେ ରହିଥିବା ଗ୍ରାମ ବାସୀ ରୋଗୀଙ୍କ ପାଇଁ ସ୍ୱାସ୍ତ୍ୟ କେନ୍ଦ୍ରର ୧୦୮ ଗାଡିକୁ ଯୋଗାଯୋଗ ବିଚ୍ଛିନ୍ନ, ବେକାରରେ ରହିଥିବା ଯୁବକ ଯୁବତୀ ମାନଙ୍କ ପାଇଁ କୌଣସି କାର୍ଯ୍ୟଳୟରେ ଖାଲି ପଡିଥିବା ପଦବୀକୁ ନେଇ ଆବେଦନ କରିବା ଓ ଇତ୍ୟାଦି ପ୍ରକାରର ସମସ୍ୟାରେ ଲୋକେ ଅସୁବିଧା ପାଉଥିବାର ଦେଖିବାକୁ ମିଳିଛି I ଏଁଣୁ ସରକାରଙ୍କ ଧ୍ୟାନ ଦେବା ଉଚିତ କି ବନ୍ଧୁଗାଁ ବ୍ଲକରେ BSNL ସେବା ଯଥାଶୀଘ୍ର ଭଲ କରାଯିବା ପାଇଁ ବ୍ଲକର ବୁଦ୍ଧିଜୀବୀ ଓ ଆଇନ ଯିବି ଓ ସମସ୍ତ ଦଳର ନେତା ଓ ଭଦ୍ର ବ୍ୟକ୍ତି ମାନେ ପ୍ରଶ୍ନ ଉଠାଇଚନ୍ତି I ବନ୍ଧୁଗାଁ ବ୍ଲକ ହେଉଛି କୋରାପୁଟ ଜିଲ୍ଲାର ଶେଷ ଓ ଆନ୍ଦ୍ର ସୀମାନ୍ତ ଆଦିବାସି ବହୁଳ ଶିକ୍ଷା କ୍ଷେତ୍ରରେ ହ୍ରାସରେ ରହିଥିବା ପଛୁଆ ବ୍ଲକ ଅଟେ I ଏହି ବ୍ଲକର ଅଧିକାଂଶ ଗ୍ରାମ ପାହାଡ଼ ଉପରେ ଘଞ୍ଚ ଜଙ୍ଗଲ ଭିତରେ ରହିଅଛି I ଏଁଣୁ ଅଧିକାଂଶ ଗ୍ରାମ ଲୋକେ ଏବେ ମଧ୍ୟ ଯୋଗାଯୋଗ ସେବା ପାଇବାରେ ବ୍ୟାକୁଳ ହୋଇଅଛନ୍ତି I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ଡଙ୍ଗା ଘାଟ ଠାରେ ବାଉରି ବୁଢୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

masiha

ନବରଙ୍ଗପୁର ଜିଲ୍ଲା ସରପଞ୍ଚ ସଂଘ ଦେଲେ ଦଶ ଦଫା ଦାବି 

Sunil Chandra Nayak

Leave a Comment

error: Content is protected !!