ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କନକପୁରରେ ବିରାଟ କଳସ ଶୋଭାଯାତ୍ରା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କନକପୁର ଗ୍ରାମବାସୀଙ୍କ ତତ୍ୱ।ବଧାନରେ ଷୋହଳ ପ୍ରହାରୀ ଅଖଣ୍ଡ ନାମ ଯଜ୍ଞ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଛି ।ଏହି ଅବସରରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ନିକଟସ୍ଥ ପୋଖରୀରୁ ପାଣି ଆଣି ପୂଜାମଣ୍ଡପରେ ସ୍ଥାପନା କରିଥିଲେ । ଶୋଭାଯାତ୍ରା ବେଳେ ଘଣ୍ଟ ,ବାଦ୍ୟ ,ଶଙ୍ଖ ଏବଂ ହୁଲହୁଳିରେ ପୂଜା ସ୍ଥଳ କମ୍ପିଉଠିଥିଲା । ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞର କର୍ତ୍ତା ଭାବରେ କୃପାସିନ୍ଧୁ ମଶ୍ରା ଏବଂ ତାଙ୍କ ସହଧର୍ମିଣୀ କୌଶଲ୍ୟା ମଶ୍ରା ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ମୁଖ୍ୟ ପୂଜକ ବ୍ରହ୍ମା ପଣ୍ଡିତ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଧର୍ମଧିକ୍ଷ ,ଆଚାର୍ଯ୍ୟ ନିହାର ରଞ୍ଜନ ଖମାରି ,ଜପକ ଶାନ୍ତନୁ ପାଣିଗ୍ରାହୀ ,ବିଘ୍ନ ରାଜ ପତି ,ହେମନ୍ତ ପୁରୋହିତ ,ପ୍ରଦୀପ ପଣ୍ଡା ଏବଂ ବିଭୁତି ରଞ୍ଜନ ନେଗି ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ଲକ୍ଷ୍ମଣ ପ୍ରସାଦ ଭୋଇ ,ସମ୍ପାଦକ ବିଷ୍ଣୁ ପ୍ରସାଦ ମଶ୍ରା ,କୋଷାଧକ୍ଷ ସନାତନ ମଶ୍ରା ଏବଂ ସଂଯୋଜକ ମନୋଜ କୁମାର ମଶ୍ରା ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ରେ ମିନା ବଜାର ବ୍ୟବସ୍ଥା ମଧ୍ୟ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ କନକପୁର ଗ୍ରାମବାସୀଙ୍କ ସମ୍ପୂର୍ଣ ସହଯୋଗରେ ଏହି ଅଖଣ୍ଡ ନାମ ଯଜ୍ଞ ଆୟୋଜନ କରାଯାଇଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଭିତର ଚନ୍ଦନଯାତ୍ରା ରେ ମହାପ୍ରଭୁ ଙ୍କ ଜଳକ୍ରୀଡା 

masiha

ଆଜି ପୌଷ ପୂର୍ଣ୍ଣିମା.. ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

Sunil Chandra Nayak

Leave a Comment

error: Content is protected !!