ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖସିଗୁଡା ସବ ମାଇନର ଶାଖା କେନାଲ ୩ ମରାମତି କାମ ନିମ୍ନମାନର ଅଭିଯୋଗ କଲେ ଚାଷୀ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଭଣ୍ଡାରୀ ବନ୍ଧ ନିକଟରେ ଥିବା ଖସିଗୁଡା ସବ ମାଇନର ଶାଖା କେନାଲ ୩ ମରାମତି କାମ ନିମ୍ନମାନର ହେଉଥିବା ଜାଣି ଚାଷୀ ମାନେ କାମ ବନ୍ଧ କରିବା ପାଇଁ ଅଭିଯୋଗ କରିଥିଲେ । ଚାଷୀ ମାନଙ୍କ କହିବାନୁଯାୟୀ ଭଣ୍ଡାରୀ ବନ୍ଧ କୁ ଏହି କେନାଲ ଲାଗି ରହିଥିବା ବେଳେ ପ୍ରାୟତଃ ବର୍ଷା ସମୟରେ ଏବଂ କେନାଲ ପାଣି ଚାଲୁ ବେଳେ ଏହି ଜାଗାରେ ଅନେକ ଅସୁବିଧା ଦେଖା ଦେଇଥାଏ । ଏଣୁ ଚାଷୀମାନେ ଏହି ସ୍ଥାନକୁ ଠିକ ଭାବରେ କାମ କରିବାକୁ କହିଥିଲେ । ଯାହା ଫଳରେ ଚାଷୀଙ୍କ କଥାକୁ ଠିକାଦାର ଜଣକ ଦୃଷ୍ଟି ଦେଇ ନ ଥିଲେ ।ଏପରିକି ଜେଇ ,ଠିକାଦାର ଙ୍କ ଅନୁପସ୍ଥିତିରେ ନିୟୋଜିତ ଥିବା ଶ୍ରମିକମାନେ ମନ ଇଛା କାମ କରୁଥିଲେ । ଚାଷୀମାନଙ୍କ କହିବାନୁଯାୟୀ କେନାଲ କାମରେ ୬ ଇଞ୍ଚ ବେଡ଼ ପଡିବା ବଦଳରେ ୩ ଇଞ୍ଚ ପଡୁଥିବା ,କମ ସିମେଣ୍ଟ   ପ୍ରୟୋଗ ଏବଂ ପାଣି ଠିକ ଭାବରେ ଦେଉ ନ ଥିବା ଜାଣି ଜେ ଇ ଏବଂ ଠିକାଦାର ଙ୍କ ସହ ଫୋନ ଯୋଗେ ଯୋଗା ଯୋଗ କରିଥିଲେ । ଏଥିରେ ବିର ଚହରିଆ ପାଣି ପଞ୍ଚାୟତର ସଭାନେତ୍ରୀ ଧନମତି ପଟେଲ , କୋଷାଧକ୍ଷ ଲଳିତ ମୋହନ ପାତ୍ର ,ଚାଷୀ ପଦ୍ମ ନାଭ ନାଗ ,ବାମ ଦେବ ପାଢ଼ୀ ,ମନୋହର ପଟେଲ ,ବାସୁଦେବ ପାଢ଼ୀ ,ଶ୍ରୀପତି ପଟେଲ ,ଭବାନୀ ଶଙ୍କର ନ।ଏକ ପ୍ରମୁଖ ଉପସ୍ଥିତ ରହି ନିମ୍ନମାନର କେନାଲ କାମକୁ ବିରୋଧ କରିଥିଲେ । ପରେ ଘଟଣା ସ୍ଥଳକୁ ଜେ ଇ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରି ଥିଲେ ଏବଂ ଠିକ ଭାବରେ କାମ କରାଯିବ ବୋଲି କହିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ

masiha

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

masiha

ବିଦ୍ୟାଳୟରେ ବିଜୁଳିର ନିମ୍ନ ମନର କାମ ଯୋଗୁଁ ସର୍ଟ ସର୍କିଟରେ ଜଳିଲା 

masiha

Leave a Comment

error: Content is protected !!