ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ମହିଳା ଦିବସ ଉପଲକ୍ଷେ ଲେଡିଲାୟନ ର ଖେଳ କାର୍ଯ୍ୟକ୍ରମ

ରାଉରକେଲା/ ଆସନ୍ତା ମହିଳା ଦିବସ ଉପଲକ୍ଷେ ମହିଳା ସଂଗଠନ ଲେଡି ଲାୟନ ତରଫରୁ ଝିରପାଣି ସ୍ଥିତ ସାଇନିଂ ପଡିଆ ଠାରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋ, ଉପସଭାପତି ଚିଲିକା ସାହୁ ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରାଟେ ପ୍ରଶିକ୍ଷକ ସତ୍ୟବାନ୍ ସାହୁ, ସମାଜସେବୀ ପରଭେଜ ଅରୋରା, ଗୌତମ ମିଶ୍ର, ଆଲ୍ଲାଦିନୀ ହୋତା, ଗ୍ରେସୀ ଡେଭିଡ, ସୁଲତା ପତି, ପ୍ରଭା ଖାଲକୋ, ଛବିରାଣୀ ଅରୋରା, ଜ୍ୟୋସ୍ନା ନନ୍ଦ, ରବି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଗୃପର ମହିଳାଙ୍କ ମଧ୍ୟରେ ଦୌଡ, ଚାମୁଚ, ମ୍ୟୁଜିକାଲ ଚେୟାର, ରଶି ମାଧ୍ୟମରେ ବଳ କଷାକଷି, ଧୀର ସାଇକେଲ ଚାଳନା ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମହିଳା ଦିବସ ଦିନ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ବେହେରା,ହୀରା ନନ୍ଦ,ପ୍ରତିମା ଷଡଙ୍ଗୀ, ଲକ୍ଷ୍ମୀ ସ, ମିତାଲି ମଣ୍ଡଳ, କର୍ମିଲା, ମୌସୁମୀ ହୋତା,ମଞ୍ଜରୀ ବେହେରା,ରଶ୍ମିବାଳା ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

“ଶିକ୍ଷା ବଞ୍ଚାଅ…ଦେଶ ବଞ୍ଚାଅ”   ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରି ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ଧାରଣା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଳକରେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ 

masiha

ଏସବିଆଇ ନୂଆପଡ଼ା ଶାଖା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

Leave a Comment

error: Content is protected !!