ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବଂଧୁ ମିଳନ

ରାଉରକେଲା, ତା୨୬/୦୨/୨୦୨୩.// ଛେଣ୍ଡ୍ କଲୋନୀ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବଂଧୁ ମିଳନ ଧାମରା ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ନବଘନ ସାହୁ ଏବଂ ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସଂଘର କର୍ମ କର୍ତ୍ତା ମାନେ ସଦସ୍ୟ ମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ – ଯଥା କବିତା ପାଠ, ସଂଗୀତ ପରିବେଷଣ, ସାଧାରଣ ଜ୍ଞାନ ପରୀକ୍ଷା, ହାଉଜି ଖେଳ, ମ୍ୟୁଜିକ ଚେୟାର ପ୍ରତିଯୋଗିତା ପ୍ରଭୃତି କାର୍ଯ୍ୟ କ୍ରମରେ ସଦସ୍ୟ ମାନଙ୍କୁ ନିମଜ୍ଜିତ କରି ରଖିଥିଲେ। ଗିରିଜା ଶଙ୍କର ଗୋସ୍ବାମୀ ଏବଂ ବିଶ୍ବନାଥ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଶାନ୍ତ କୁମାର ନାୟକ ଏବଂ ଅଜୟ କୁମାର ମହାନ୍ତି କବିତା ପାଠ କରିଥିବାବେଳେ ପ୍ରତାପ କୁମାର ରାୟ ସଂଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ ନୂତନ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶେଷରେ ପ୍ରସାଦ ସେବନରେ ସମସ୍ତେ ଆପ୍ୟାୟିତ ହୋଇଥିଲେ।ଏଠାରେ ପ୍ରକାଶ ଯୋଗ୍ୟଯେ, ବିଗତ ୨୦୦୦ ମସିହାରୁ ପଞ୍ଜୀକୃତ ଏବଂ ଉଭୟ ସରକାରୀ, ସାର୍ବଜନୀକ କ୍ଷେତ୍ର ଏବଂ ବେସରକାରୀ କ୍ଷେତ୍ରରୁ ଅବସର ନେଇଥିବା ସଦସ୍ୟମାନଙ୍କୁ ନେଇ ଗଠିତ ‘ ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ’ର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୭୫ରେ ପହଞ୍ଚିଛି। ଆଜିର ଏହି କାର୍ଯ୍ୟକ୍ରମରେ ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ନିରଦ ଭୂଷଣ ପଟ୍ଟନାୟକ, ହରିଶ୍ଚନ୍ଦ୍ର ଭୂମିଜ, ମୁରାରି ପ୍ରଧାନ, ଏସ.ଏନ.ଜ୍ୟୋତିଷୀ, ବିଜୟ କୁମାର ବରାଳ, ସରୋଜ କୁମାର ଦାଶ ପ୍ରମୁଖ ସହାୟତା କରିଥିବା ବେଳେ ଶତାଧିକ ବରିଷ୍ଠ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

masiha

ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

masiha

Leave a Comment

error: Content is protected !!