ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

 ମୟୂରଭଞ୍ଜ,୨୬/୨:୨୩ (ମସିହା) ଆଜି ରାଇରଙ୍ଗପୁସ୍ଥ ସିଦାହରା ସୁସାର ଆକାଳା ପରିସରରେ ହୋ ଭାଷା ଆନ୍ଦୋଳନ ସମ୍ପର୍କରେ ଏକ ସମାବେଶ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟୀ ସଭାପତି ରାମରାୟ ମୁଣ୍ଡିୟା, ଲକ୍ଷ୍ମୀଧର ସିଂ ତିୟୁ, ବସନ୍ତ ବୁନ୍ଦିଭଲ୍ଲି, ନାରଣ ପୂର୍ତ୍ତି, ମିଡିଆ ସେଲ ମୁଖ୍ୟ ମନୋରଂଜନ ତିରିଆ, ବିର୍ସା କଣ୍ଡାକେଲ, କମଳା ତିରିଆ, ଯୁବ ସମାଜସେବୀ ଜଲେନ ବାର୍ଦା ଓ ସୀତାରାମ ଚାତାର,ଚନ୍ଦ୍ରୀକା କଣ୍ଡାଙ୍କେଲ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥିଗଣ ଜୋର ଦେଇ କହିଥିଲେ ଯେ ସମ୍ବିଧାନ ଅଷ୍ଟମ ଅନୁଛେଦରେ ହୋ ଭାଷା ସାମିଲ କରାଯାଉ ଓ ହୋ ଭାଷାକୁ ଓଡିଶାରେ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଯାଉ |ଏପରି ହେଲେ ହୋ ଭାଷା ର ଉନ୍ନତି ଘଟିବ ନଚେତ୍ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ସହିତ ରେଳ ରୋକ , ଓଡିଶା ବନ୍ଦ ଓ ରାଜ ରାସ୍ତା ଅବରୋଧ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ | ଏଥିରେ ହୋ ସଂପ୍ରଦାୟର ବହୁ ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ | ହୋ ଭାଷାର ନ୍ୟାର୍ଯ୍ୟ ଦାବି ନେଇ ଆଗରୁ ଓଡିଶା ରାଜ୍ୟପାଳ ନିକଟରେ ୨ୟ ରାଜଭାଷା ମାନ୍ୟତା ଓ ରାଷ୍ଟ୍ରପତିଙ୍କୁ ସମ୍ବିଧାନର ୮ମ ଅନୁଛେଦରେ ସାମିଲ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା | ହୋ ଭାଷାର ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆ ଯାଇଥିଲା। ଏଥିରେ ଓଡ଼ିଶା ସମେତ ଝାରଖଣ୍ଡ, ଆସାମ, ପଶ୍ଚିମବଙ୍ଗରୁ ବୁଦ୍ଧିଜିବୀ , ସାମାଜିକ କର୍ମୀ,ଭାଷା ପ୍ରେମୀ, ସଂସ୍କୃତି ପ୍ରେମୀ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଜୁନାଗଡ଼ କଳାବିକାଶ କେନ୍ଦ୍ରର ଗ୍ରୀଷ୍ମ ଉତ୍ସବ ଉଦଯାପିତ 

masiha

Leave a Comment

error: Content is protected !!