ମୟୂରଭଞ୍ଜ,୨୬/୨:୨୩ (ମସିହା) ଆଜି ରାଇରଙ୍ଗପୁସ୍ଥ ସିଦାହରା ସୁସାର ଆକାଳା ପରିସରରେ ହୋ ଭାଷା ଆନ୍ଦୋଳନ ସମ୍ପର୍କରେ ଏକ ସମାବେଶ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟୀ ସଭାପତି ରାମରାୟ ମୁଣ୍ଡିୟା, ଲକ୍ଷ୍ମୀଧର ସିଂ ତିୟୁ, ବସନ୍ତ ବୁନ୍ଦିଭଲ୍ଲି, ନାରଣ ପୂର୍ତ୍ତି, ମିଡିଆ ସେଲ ମୁଖ୍ୟ ମନୋରଂଜନ ତିରିଆ, ବିର୍ସା କଣ୍ଡାକେଲ, କମଳା ତିରିଆ, ଯୁବ ସମାଜସେବୀ ଜଲେନ ବାର୍ଦା ଓ ସୀତାରାମ ଚାତାର,ଚନ୍ଦ୍ରୀକା କଣ୍ଡାଙ୍କେଲ ପ୍ରମୁଖ ଉପସ୍ଥିତ ଥିଲେ | ଅତିଥିଗଣ ଜୋର ଦେଇ କହିଥିଲେ ଯେ ସମ୍ବିଧାନ ଅଷ୍ଟମ ଅନୁଛେଦରେ ହୋ ଭାଷା ସାମିଲ କରାଯାଉ ଓ ହୋ ଭାଷାକୁ ଓଡିଶାରେ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଯାଉ |ଏପରି ହେଲେ ହୋ ଭାଷା ର ଉନ୍ନତି ଘଟିବ ନଚେତ୍ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ସହିତ ରେଳ ରୋକ , ଓଡିଶା ବନ୍ଦ ଓ ରାଜ ରାସ୍ତା ଅବରୋଧ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ | ଏଥିରେ ହୋ ସଂପ୍ରଦାୟର ବହୁ ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ | ହୋ ଭାଷାର ନ୍ୟାର୍ଯ୍ୟ ଦାବି ନେଇ ଆଗରୁ ଓଡିଶା ରାଜ୍ୟପାଳ ନିକଟରେ ୨ୟ ରାଜଭାଷା ମାନ୍ୟତା ଓ ରାଷ୍ଟ୍ରପତିଙ୍କୁ ସମ୍ବିଧାନର ୮ମ ଅନୁଛେଦରେ ସାମିଲ କରିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା | ହୋ ଭାଷାର ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆ ଯାଇଥିଲା। ଏଥିରେ ଓଡ଼ିଶା ସମେତ ଝାରଖଣ୍ଡ, ଆସାମ, ପଶ୍ଚିମବଙ୍ଗରୁ ବୁଦ୍ଧିଜିବୀ , ସାମାଜିକ କର୍ମୀ,ଭାଷା ପ୍ରେମୀ, ସଂସ୍କୃତି ପ୍ରେମୀ ଓ ଅନ୍ୟମାନେ ଯୋଗ ଦେଇଥିଲେ।
previous post