ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୮୮ ବର୍ଗ ଅଧ୍ୟାପକ-କର୍ମଚାରୀ ସମନ୍ଵୟ ସମିତି ଜିଲ୍ଲା ସ୍ତରୀୟ ସମ୍ମିଳନୀ

ଗୋଲାମୁଣ୍ଡା – କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ସ୍ଥିତ ସର୍ଵ ମଙ୍ଗଳା କନିଷ୍ଠ ମହାବିଦ୍ୟାଳୟଠାରେ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଅଧ୍ୟାପକ-କର୍ମଚାରୀ ସମନ୍ଵୟ ସଂଘର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ସପ୍ତମ ବେତନ ସଂଶୋଧନ ପାଇଁ ସରକାରଙ୍କୁ ଧନ୍ଯବାଦ ସହିତ ଚାକିରିର ଭବିଷ୍ୟତ ପାଇଁ ମାନସ ମନ୍ଥନ କରାଯାଇଛି। ଏହି ସମ୍ମିଳନୀରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟରୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇ ଥିଲେ। ଜିଲ୍ଲା ସଭାପତି ପ୍ରଦୀପ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସଂଘର ରାଜ୍ୟ ସଭାପତି ପବିତ୍ର ମୋହନ ମହଲା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଂପାଦକ ଡ. ଅଟଳ ବିହାରୀ ବଳ ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଉପ ସଭାପତି ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ଚାକିରି ସର୍ତ୍ତାବଳୀ, ପେନସନ ଓ ଅବସର ବୟସ ୬୦ ରୁ ୬୨ ଉପରେ ଆଲୋଚନା କରିବା ସହ ସରକାର ଏକ ସକାରାତ୍ମକ ଦୃଷ୍ଟିକୋଣରେ ଅଭିଳଷିତ ଦାବୀ ଗୁଡ଼ିକୁ ଅବିଳମ୍ବେ ପୂରଣ କରିବେ ବୋଲି ସ୍ପଷ୍ଟ କରି ଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସାଂଗଠନିକ ସଂପାଦକ ପ୍ରତାପ ଚନ୍ଦ୍ର ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଆୟୋଜକ ମହାବିଦ୍ୟାଳୟ ତରଫରୁ ରାଜ୍ୟ ସଭାପତି, ଉପ ସଭାପତି ଓ ସମ୍ପାଦକଙ୍କୁ ନେତୃତ୍ୱ ସମ୍ମାନ ଓ ସମ୍ୱର୍ଦ୍ଧନା ଦିଆଯାଇ ଥିଲା। ସରୋଜ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶାନ୍ତନୁ କୁମାର ପରିଡ଼ା ଅତିଥି ମାନଙ୍କୁ ସାଦରେ ସ୍ବାଗତ କରିଥିଲେ ଓ ସଞ୍ଜୟ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିୟବ୍ରତ ବାଣୁଆ, ଶିବରାମ ମିଶ୍ର, ବିଶ୍ୱ ରଞ୍ଜନ ବେହେରା, ସୁନୀଲ କୁମାର ପଣ୍ଡା, ମେଘନାଦ ମେହେର, ଉଦୟ ନାଥ ନାୟକ, ପ୍ରସନ୍ନ କୁମାର ସାହୁ, କ୍ଷିରୋଦ କୁମାର ତ୍ରିପାଠୀ, ଯୁଗଳ କିଶୋର ବାଗ,ପ୍ରବୀର କୁମାର ରାୟ,ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ସନ୍ଦୀପ କାନୁନଗୋ, ଯଯାତି କେଶରୀ ରାଉତ, ସୋଭାଗିନି ନାୟକ, ତ୍ରିନାଥ ପଟ୍ଟନାୟକ, ଦିଲ୍ଲୀପ ସ୍ବାଇଁ, ପ୍ରସନ୍ନ କୁମାର ପ୍ରଧାନ, ପ୍ରମୋଦ ମହାନ୍ତି ହିମାଚଳ ମେହେର, ଗୋବର୍ଦ୍ଧନ ମେହେର, ଦେବରାଜ ମେହେର ତଥା ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଇଣ୍ଟର ନେସନାଲ ଡାଏସପୋରା ଫାଉଣ୍ଡେସନର ଆଞ୍ଚଳିକ ନିର୍ଦ୍ଦେଶକ ହେଲେ ଡ. ଭବାନୀଶଙ୍କର ନିଆଲ 

Sunil Chandra Nayak

ନାବାର୍ଡ ସହାୟତା ରେ ଗ୍ରାମୀଣ ଯୁବକ ଙ୍କୁ କୃଷି ଅଭିମୁଖି କରିବା ନେଇ କର୍ମଶାଳା 

masiha

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!