ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗଳ କିଶୋର ପଟ୍ଟନାୟକ ଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

ମ.ରାମପୁର,୨୭/୨(ମସୀହା): ଓଡିଶା ରାଜ୍ୟ ରେ ଥିବା ପଛୁଆ, ନିଷ୍ପେସିତ, ଅବହେଳିତ ତଥା ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ତଥା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବା ଦିଗରେ ଦୀର୍ଘ ତିନି ଦଶନ୍ଧି ଧରି ନିଷ୍ଠାପର ଭାବେ କର୍ତ୍ତବ୍ୟ ରତ ମହାଶକ୍ତି ଫାଉଣ୍ଡେସନ ପ୍ରତିଷ୍ଠାତା  ଯୁଗଳ କିଶୋର ପଟ୍ଟନାୟକଙ୍କୁ “ମ୍ୟାନ୍ ଅଫ୍ ମିଶନ୍” ପୁରସ୍କାର ରେ ସମ୍ମାନିତ କରାଯାଇ ଅଛି I  

ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ଗ୍ରାଣ୍ଟ ହୋଟେଲ ରେ ଇଣ୍ଡସ୍ ଭେଲି ନିଉସ୍ ଓ ଓଡ଼ିଶା ସାମାଜିକ ଓ ଅର୍ଥନୈତିକ କେନ୍ଦ୍ର ଦ୍ବାରା ଆୟୋଜିତ ଓଡ଼ିଶା ଭାଇବ୍ରାଣ୍ଟ ଓଡିଶା କାନକ୍ଳେଭ – ୨୦୨୩” କାର୍ଯ୍ୟକ୍ରମ ଠାରେ, ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ସହ, ଓଡ଼ିଶା ସରକାରଙ୍କ ମାନ୍ୟବର ଏମ୍ ଏସ୍ ଏମ୍ ଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ରେ ସମ୍ମାନିତ କରିଛନ୍ତି I 

କଳାହାଣ୍ଡି ଜିଲ୍ଲା ର ଲାଞ୍ଜିଗଡ ଓ ମଦନପୁର ରାମପୁର ଅଞ୍ଚଳ ର ଦୁର୍ଗମ ଅଞ୍ଚଳ ରୁ ନିଜର କାର୍ଯ୍ୟ ଆରମ୍ଭ କରି ଆଜି ଓଡ଼ିଶା ର ୧୫ ଗୋଟି ଜିଲ୍ଲା ରେ ଗରିବ ଲୋକଙ୍କ ଜୀବନ ଜୀବିକା ର ଚିରନ୍ତନ ବିକାଶ ଦିଗରେ ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ କାର୍ଯ୍ୟରତ ତାଙ୍କର ଏହି ଅଭିଯାନ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ଯୋଗାଇବ । ଏହି ସଫଳତା ପାଇଁ ଶ୍ରୀ ପଟ୍ଟନାୟକ ଙ୍କୁ ସ୍ଥାନୀୟ ଜନସାଧାରଣ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମାନସିକ ରୋଗୀ ସୁସ୍ଥ ହୋଇ ଘର ଫେରିଲେ

Sunil Chandra Nayak

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

masiha

ବିଦ୍ୟାଳୟ ସମ୍ମୁଖରେ ଗାତ ଖୋଳି ଛାଡି ଦେଇଛି ଠିକାଦାର :ବିପଦ ରେ ଛାତ୍ରଛାତ୍ରୀ 

masiha

Leave a Comment

error: Content is protected !!