ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲରେ ସମାବର୍ତ୍ତନ ଉତ୍ସବ

ରାଉରକେଲା-/ଜଗଦା ସ୍ଥିତ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ର ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ସମାବର୍ତ୍ତନ ସମାରୋହ ଆୟୋଜିତ ହୋଇ ଯାଇଛି। ଏହି ଉତ୍ସବ ରେ ରୋଟାରିଆନ ରବିଦାସ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ସ୍କୁଲ ପରିଚାଳନା କମିଟି ର ଅଧ୍ୟକ୍ଷା ଅମ୍ରିତା ସରକାର ଅତିଥୀ ମାନଙ୍କୁ ସ୍ଵାଗତ କରିଥିଲେ।

ରୋଟାରିଆନ ରବିଦାସ ଅଭିଭାବକ ମାନଙ୍କୁ ଧନ୍ୟବାଦ ଦେଇ କହିଲେ ସେ ବି ଏଇ ସ୍କୁଲ ର ଜଣେ ପୁରାତନ ଅବିଭାବକ ଏବଂ ଏଇ ବିଦ୍ୟାଳୟ ର ପାଠ୍ୟକ୍ରମ ପରିଚାଳନା ଉପରେ ସମସ୍ତଙ୍କର ବିଶ୍ବାସ ରହିଛି । ଏଇ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସମାଜରେ ସୁପ୍ରତିଷ୍ଠିତ ହୋଇପାରିଛନ୍ତି। ଏହି ଅବସରରେ ଅଭିଭାବକ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଶେଷରେ ଉପାଧ୍ୟକ୍ଷା ମଧୁମିତା ସେନ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟକ୍ଷା ସୁସ୍ମିତା ଚୌଧୁରୀ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁରୁଖୁର ରେ ଅନୁଷ୍ଠିତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

masiha

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଜନଶୁଣାଣୀରେ ୫୮ ଅଭିଯୋଗର ହେଲା ଶୁଣାଣୀ

masiha

Leave a Comment

error: Content is protected !!