ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୨୭/୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଦୋଳ ପୂର୍ଣ୍ଣିମା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିର କମିଟି ସଭାପତି ବଲ୍ଲଭ ନାରାୟଣ ପଣ୍ଡା ସଭାପତିତ୍ଵ କରି କିପରି ସୁରୁଖୁରୁରେ ଭାବେ ଦୋଳ ପୂର୍ଣ୍ଣିମା ପାଳନ ହେବା ନେଇ ଆଲୋଚନା କରିଥିଲେ । ଦୋଳ ପୂର୍ଣ୍ଣିମା ଅବସରରେ ଠାକୁର ଶ୍ରୀ ରାଧାକୃଷ୍ଣ ଏକାଦଶୀ ଦିନ ୩/୩/୨୦୨୩ ତାରିଖ ଶୁକ୍ରବାର ଠାରୁ ଦୋଳ ପୂର୍ଣ୍ଣିମା ମଙ୍ଗଳବାର ଯାଏଁ ପ୍ରତିଦିନ ସନ୍ଧ୍ୟା ସମୟରେ ଗ୍ରାମ ପରିକ୍ରମା କରିବେ । ତେଣୁ କିପରି ଭାବରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ପାଳନ ହେବେ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମନ୍ଦିର କମିଟି ସମ୍ପାଦକ ସିମାଞ୍ଚଳ ଦାସ, ଦୀପକ ସ୍ୱାଇଁ , ଗଗନ ମହାନ୍ତି , ମନମଥ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଗଣେଶ ଖୁଣ୍ଟିଆ , ସୁଶାନ୍ତ କୁମାର ପଣ୍ଡା , ସୁଧୀର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

Sunil Chandra Nayak

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!