ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ରାଜ୍ୟ ସଭା ସାଂସଦ

ଆଧ୍ୟାତ୍ମିକ ଚିନ୍ତନ କରିବା ପାଇଁ ଯୁବପିଢି ଙ୍କୁ ଆହ୍ୱାନ 

ପାଟଣାଗଡ଼ ୨୮/୨ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ରେ ଗତ ୨୨ ତାରିଖ ରୁ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାରୋହ ଶୁଭାରମ୍ଭ ହୋଇଛି । ଏହି ଅବସରରେ ମନ୍ଦିର କମିଟି ଙ୍କ ଆହ୍ୱାନ କ୍ରମେ ରାଜ୍ୟ୍ ସଭା  ସାଂସଦ ନିରଞ୍ଜନ ବିଶି ଓ ତାଙ୍କ ଧର୍ମପତ୍ନୀ ନିଲାଞ୍ଚି ବିଶି ଯୋଗଦେଇ ହୋମ ଯଜ୍ଞରେ ଭାଗନେଇ ଥିଲେ ବର୍ତ୍ତମାନ ଆଧୁନିକ ଯୁଗରେ ଲୋକେ ଏବଂ ଯୁବପିଢି ମୋବାଇଲ ଇନଟରନେଟ ଫେସବୁକ ,ୱ।ଟ୍ସର୍ସଫ ରେ  ବ୍ୟସ୍ତତା ଭିତରେ ରହି ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିପାରୁ ନାହାଁନ୍ତି । ଯାହାଫଳରେ ସମାଜ ରେ ନାନା ପ୍ରକାର ବିଶୃଙ୍ଖଳା ମାନ ସୃଷ୍ଟି ହେଉଛି । ଆଧୁନିକତାର ସ୍ପର୍ଶ ଯୋଗୁଁ ବିଶେଷ କରି ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ପୁରାଣ ପାଠ ଆଦି ଲୋପ ପାଇବାରେ ବସିଲାଣି ଯଦଦ୍ଵାରା କି ଧିରେ ଧିରେ ଭାରତୀୟ ଆଧ୍ୟାତ୍ମିକ ସାଂସ୍କୃତିକ ଲୋପ ପାଇବାକୁ ବସିଲାଣି ,ଏଣୁ ଏହାକୁ ବଞ୍ଚାଇରଖିବାକୁ ଏଭଳି ଧାର୍ମିକ କାର୍ଯ୍ୟକ୍ରମ ମାନ କରିବାକୁ ତାଙ୍କ ବକ୍ତବ୍ୟରେ ଶ୍ରୀବିଶି ଯୁବ ପିଢ଼ିଙ୍କୁ ଆହ୍ୱାନ କରିଥିଲେ । ଏହି ଧାର୍ମିକ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୪ ପ୍ରହର ନାମ ଯଜ୍ଞ ,ଭଗବତ ପାଠ ସହ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ, ଦଣ୍ଡ ନୃତ୍ୟ , କଂସ ଦରବାର ,ମିନାବଜାର , ଅପେରା ଆଦି କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ ପୁଅ ସୁବ୍ରତ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ ସହ ବାପା ଘନଶ୍ୟାମ ମେହେର ଏବଂ ମାଆ ରାଜକୁମାରୀ ମେହେର ପୂଜା କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପ୍ରତ୍ୟହ ଦିନ ଶତାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଥିବା ବେଳେ  ଗ୍ରାମବାସୀ ମାନେ ସମ୍ପୂର୍ଣ ସହଯୋଗ କରୁଛନ୍ତି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

CHAITRA PARVA FESTIVAL TO BE HELD IN SAIPRIYA NAGAR

masiha

ଫୁଲବାଣୀ ଜିରୀଙ୍ଗିପଡା ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ଜନ୍ମ ଚତୁର୍ଦ୍ଦଶୀ ଚନ୍ଦନ ଯାତ୍ରା ଶୁଭାରମ୍ଭ #ବିରାଟ ପଟୁଆର ର କଳସ ପରିକ୍ରମା ଶୋଭାଯାତ୍ରା ସମ୍ପର୍ଣ୍ଣ 

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

Leave a Comment

error: Content is protected !!