ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ରୁପ୍ରା, ୨୭/୨ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମ ପଞ୍ଚାୟତରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଡଲି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ନର୍ଲା ବିଡିଓ ଶ୍ରୀମତୀ ବାସନ୍ତୀ ସେଠୀ, ତହସିଲଦାର ନର୍ଲା ଶ୍ରୀ ଶଙ୍କର ବାଗ, ସିଡିପିଓ ଶ୍ରୀମତୀ ନିବାସିନୀ ବିଶ୍ୱାଲ, ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ, ଏଇ ଶ୍ରୀ ବାସୁଦେବ ମହାରଣା, ଜିପିଇଓ ଶ୍ରୀ କ୍ଷୀତିଶ ଚନ୍ଦ୍ର ନାଏକ, ଆର୍.ଡବ୍ଲୁ.ଏସ୍.ଏସ୍ ଏଇ ଶ୍ରୀ ସୁରେନ୍ଦ୍ର ସୁନାନୀ, ନର୍ଲା ବିଦ୍ୟୁତ୍ ଉପଖଣ୍ଡ SDO ଶ୍ରୀ କମଲେସ୍ ପଧାନ, AHO ପ୍ରତିଭା ନାଏକ, AAO ସୁଜାତା ନାଏକ, BSSO ଶ୍ରୀ ପ୍ରଦୀପ ବେହେରା, APO ଶ୍ରୀ ସନ୍ତୋଷ ପଣ୍ଡା, JE ଶ୍ରୀ ବିଚିତ୍ରାନନ୍ଦ ନାଏକ, BVO ଶ୍ରୀ ବିଶ୍ବରଞ୍ଜନ ପଧାନ, ରୁପ୍ରା ରାଜସ୍ବ ନିରୀକ୍ଷକ ଶ୍ରୀ ହରିଶଙ୍କର ପ୍ରଧାନ, OLM BLC ଶ୍ରୀ ସନତ୍ ସାହୁ, BPC ଶ୍ରୀ ଭୋଳାନାଥ ଦାସ, BRC SBM ଶ୍ରୀ ସନତ ନାଏକ, ରୁପ୍ରା CRCC ଶ୍ରୀ ଡମ୍ବରୁଧର ସାହୁ, ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀ ଶ୍ୟାମସୁନ୍ଦର ସେନାପତି, ସମ୍ପାଦକ ଶ୍ରୀ ଗୌରଚନ୍ଦ୍ର ଭୋଇ ଓ ସ୍ୱେଚ୍ଛାସେବୀ ଶ୍ରୀ ସୁଶାନ୍ତ କୁମାର ସେନାପତି ପ୍ରମୁଖଙ୍କ ସମେତ ବ୍ଲକ ଅଧିନ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଅଭିଯୋଗ ଫର୍ଦ ପଞ୍ଜିକରଣ ଦାୟିତ୍ବରେ ପିଇଓ ଶ୍ରୀ ସରୋଜ ମହାରଣା, ଶ୍ରୀ ମୁରଲୀଧର ମୁଣ୍ଡ ଓ ଶ୍ରୀ ମଧୁସୂଦନ ନାଏକ ପ୍ରମୁଖଙ୍କ ସମେତ ଶ୍ରୀ କୁମୁଦ ସାହୁ, ଶ୍ରୀ କୁଞ୍ଜବିହାରୀ ଭୋଇ, ଶ୍ରୀ ଶେଷଦେବ ବାଗ, ଶ୍ରୀ କର୍ଣ୍ଣ ମହାନନ୍ଦ, ଶ୍ରୀ ସତ୍ୟଜିତ ପଧାନ, ଶ୍ରୀ ଫକୀର ପଟ୍ଟନାୟକ, ଶ୍ରୀ ଯଶପାଲ୍ ନାଗ, ଶ୍ରୀ ସୁଶିଲ ବାଗ, ଶ୍ରୀ ଯୁଧିଷ୍ଠିର ମାଝୀ ଓ ଶ୍ରୀ ପଦ୍ମଲୋଚନ ନାଏକ ପ୍ରମୁଖ ରହିଥିଲେ। 

ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟତଃ ଆବାସ ଯୋଜନା ପାଇଁ ଶତାଧିକ ହିତାଧିକାରୀ ଅଭିଯୋଗ କରିବା ପାଇଁ ଲମ୍ୱା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ମୋଟ୍ ୬୬୫ ଜଣ ଦରଖାସ୍ତ କାରୀ ବିଭିନ୍ନ ଯୋଜନା ପାଇଁ ଦରଖାସ୍ତ କରିଥିଲେ। ସେହିପରି ଗ୍ରାମ୍ଯ ଉନ୍ନୟନ କମିଟି ପକ୍ଷରୁ ବସୁଧା ମାଧ୍ୟମରେ ପଞ୍ଚାୟତ ଅଧିନ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା କରିବା, ଶିଶୁ ମନ୍ଦିର ରାସ୍ତା ମରାମତି, ରୁପ୍ରା ପିଏଚସିରେ ଶିଘ୍ର ଡାକ୍ତର ନିଯୁକ୍ତି କରାଯିବା ପାଇଁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରକୁ ଜିପିଇଓ ଶ୍ରୀ କ୍ଷୀତିଶ ଚନ୍ଦ୍ର ନାଏକ ଓ ରୁପ୍ରା ପିଇଓ ଶ୍ରୀ ରୋହିତ ପଧାନ ପ୍ରମୁଖ ପରିଚାଳନା କରିଥିଲେ। ନାଏବ ସରପଞ୍ଚ ଶ୍ରୀ ଚନ୍ଦ୍ରମଣି ଗୌଡ ତଥା ୱାର୍ଡ଼ ସଭ୍ଯ ସଭ୍ୟା ଶ୍ରୀ ଦୁଷ୍ମନ୍ତ ଗଡତିଆ, ଶ୍ରୀ ଶଙ୍ଖନାଦ ବିଶ୍ୱାଲ, ଶ୍ରୀମତୀ ନୀଳିମା ନନ୍ଦ, ଶ୍ରୀମତୀ ପ୍ରମିଳା ସାହୁ, ଶ୍ରୀ ଶ୍ୟାମସୁନ୍ଦର ସାହୁ , ଶ୍ରୀ ବୃହସ୍ପତି ବିହାରୀ ଓ ଶ୍ରୀ ରଘୁ ନାଏକ ପ୍ରମୁଖ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ପାଇଥିବା ୨ଜଣ ମେଧାବିଙ୍କୁ ଭେଟିଲେ ଠାକୁର ରଞ୍ଜିତ ଦାସ

Sunil Chandra Nayak

ଉମରକୋଟ ସହରରେ ପ୍ରଥମ ଥର ପାଇଁ ପଶିଲା ଭାଲୁ, ଲୋକେ ଭୟଭୀତ

masiha

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!