ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ

କାମାକ୍ଷାନଗର,(ମନିସ )27/2/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶାସନ ନିକଟରେ ଥିବା ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଘାଟରେ ଚଢାଉ।୧୦ଟି ବାଲି ବୋଝେଇ ଗାଡି ସମେତ ୨ଟି ଜେସିବି ମେସିନକୁ ଜବତ କରିଛି ପ୍ରଶାସନ।ସୂଚନା ମୂତାବକ ଶାସନଠାରେ ଥିବା ରାମିଆଳ ନଦୀରୁ ଦୀର୍ଘଦିନ ହେବ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଊଥିଲା।ଏନେଇ ପ୍ରଶାସନର ଏକ ସ୍ବତନ୍ତ୍ର ଟିମ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢାଉ କରିଥିଲେ।ଏହି ଚଢାଉ ସମୟରେ ହାଇଓ୍ବା,ଟିପର,ଟ୍ରାକ୍ଟର ଭଳି ୧୦ଟି ଗାଡି ଓ ଜେସିବି ମେସିନ ଯେଉଁଥିରେ ବାଲି ଲୋଡ କରାଯାଇଥିଲା ତାହାକୁ ଜବତ କରାଯାଇଥିଲା।ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରିବା ପାଇିଁ ଚାଲଣକୁ ମଧ୍ୟ ନକଲି କରିଥିବା ଉପଜିଲ୍ଲାପାଳ କହିଛନ୍ତି।ସମସ୍ତ ଗାଡିକୁ ଜବତ କରିବା ସହ କାମାକ୍ଷାନଗର ଥାନାରେ ରଖାଯାଇଛି।ଏହି ଚଢାଉରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,ତହସିଲଦାର,ଆର.ଆଇ,ଥାନା ଅଧିକାରୀ ସାମିଲ ଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଅବକାରୀ ବ୍ୟାପକ ଚଢାଉ; ୭୨ ଲି ଦେଶୀ ମଦ ଜବତ ସହ ୪ କୋର୍ଟ ଚାଲାଣ 

masiha

ବାଲି ବୋଝେଇ ହାଇୱା ଜବତ 

ଗାଁ ଦାଣ୍ଡରେ ଆତଙ୍କ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!