ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

କୋକସରା,୨୭/୦୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ ସରକାରୀ ହାଇସ୍କୁଲରେ ନିର୍ମାଣ ହୋଇଥିବା ଆଦିବାସୀ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲରେ ପାନୀୟ ଜଳ ସମସ୍ୟା ରହିଥିବା କାରଣରୁ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ପାଇଁ ଅସୁବିଧା ହେଉଥିଲା । ଏନେଇ ସ୍କୁଲ କର୍ତ୍ତୃପକ୍ଷ କୋକସରା ବ୍ଲକ ଅଧ୍ୟକ୍ଷ୍ୟାଙ୍କ ନିକଟରେ ଅଭିଯୋଗ କରିଥିଲେ । ହଷ୍ଟେଲ ନିର୍ମାଣ ହୋଇ ୪ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟାକୁ ନେଇ ହଷ୍ଟେଲ କାର୍ଯ୍ୟକ୍ଷମ କରିବାରେ ଅସୁବିଧା ହେଉଥିବା ଦର୍ଶାଇ ଥଲେ ସ୍କୁଲ କର୍ତ୍ତୃପକ୍ଷ। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ବ୍ଲକ ଅଧ୍ୟକ୍ଷ୍ୟା ରିତା ଅଗ୍ରୱାଲ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲା ପରିଷଦ ବୈଠକରେ ଦାବି କରିଥିଲେ । ଜନ ପ୍ରତିନିଧିଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ରବିବାର ଡ଼ହଗାଁ ହାଇସ୍କୁଲରେ ଗଭୀର ନଳକୂପ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରୟାସ ଯୋଗୁଁ ନଳକୂପ ଖନନ କାର୍ଯ୍ୟ ସମ୍ପାଦନ ହୋଇଥିବା କାରଣରୁ ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

୧- ପାର୍ବଣ ଋତୁରେ ଆଗମନ ‘କାଶତଣ୍ଡୀ’ ନଈ ପଠାରେ ଦୋଳି ଖେଳି ମା’ଙ୍କୁ ଧରାପୃଷ୍ଠକୁ ନିମନ୍ତ୍ରଣ କରୁଛି ଧଳାହୀରା , ୨-ପାଠକ ବିଚାର ମଞ୍ଚ ଓ ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ , ୩- କାମାକ୍ଷାନଗର ମହାବିଦ୍ୟାଳୟରେ ୧୫ ଜଣଙ୍କର ନାମାଙ୍କନ ପତ୍ର ଦାଖଲ, ୪ ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ , ୪- କଙ୍କଡାହାଡ଼ ସାପ୍ତାହିକ ହାଟରେ ଖୁଲମ ଖୋଲା ଚାଲିଛି ଜୁଆ ଖେଳ ବହୁ ପରିବାର ସର୍ବସ୍ୱାନ୍ତ , ୫- ଆଖୁଆପାଳ ପଞ୍ଚାୟତରେ ଦୁର୍ନୀତି,ଅଭିଯୋଗ,ଗ୍ରାମବାସୀଙ୍କ ଫେରାଦ

Sunil Chandra Nayak

ଖଡ଼ିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

masiha

Leave a Comment

error: Content is protected !!