ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଡ଼ହଗାଁ ହାଇସ୍କୁଲରେ ଖୋଲିଲା ଗଭୀର ନଳକୂପ

କୋକସରା,୨୭/୦୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ ସରକାରୀ ହାଇସ୍କୁଲରେ ନିର୍ମାଣ ହୋଇଥିବା ଆଦିବାସୀ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲରେ ପାନୀୟ ଜଳ ସମସ୍ୟା ରହିଥିବା କାରଣରୁ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ପାଇଁ ଅସୁବିଧା ହେଉଥିଲା । ଏନେଇ ସ୍କୁଲ କର୍ତ୍ତୃପକ୍ଷ କୋକସରା ବ୍ଲକ ଅଧ୍ୟକ୍ଷ୍ୟାଙ୍କ ନିକଟରେ ଅଭିଯୋଗ କରିଥିଲେ । ହଷ୍ଟେଲ ନିର୍ମାଣ ହୋଇ ୪ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟାକୁ ନେଇ ହଷ୍ଟେଲ କାର୍ଯ୍ୟକ୍ଷମ କରିବାରେ ଅସୁବିଧା ହେଉଥିବା ଦର୍ଶାଇ ଥଲେ ସ୍କୁଲ କର୍ତ୍ତୃପକ୍ଷ। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ବ୍ଲକ ଅଧ୍ୟକ୍ଷ୍ୟା ରିତା ଅଗ୍ରୱାଲ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲା ପରିଷଦ ବୈଠକରେ ଦାବି କରିଥିଲେ । ଜନ ପ୍ରତିନିଧିଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ରବିବାର ଡ଼ହଗାଁ ହାଇସ୍କୁଲରେ ଗଭୀର ନଳକୂପ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରୟାସ ଯୋଗୁଁ ନଳକୂପ ଖନନ କାର୍ଯ୍ୟ ସମ୍ପାଦନ ହୋଇଥିବା କାରଣରୁ ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ନିମ୍ନ ମାନର କାର୍ଯ୍ୟକୁ ନେଇ ତାତିଲେ ସ୍ଥାନୀୟ ଲୋକେ

Sunil Chandra Nayak

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ 

masiha

ରେଳ ବିଭାଗର ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ

Leave a Comment

error: Content is protected !!