ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପ୍ରଥମ ପ୍ରଶାନ୍ତ ସିଂହ ସ୍ମାରକୀ ୧୪ ବର୍ଷ ରୁ କମ୍ ଗ୍ରାସରୁଟ ଚମ୍ପିୟାନ ଫୁଟବଲ ପ୍ରତିଯୋଗିତା

ରାଉରକେଲା/ ରାଉରକେଲା କ୍ରୀଡା ଭିତ୍ତିଭୂମି ବିକାଶ ର ଅନ୍ୟତମ ବିନ୍ଧାଣୀ ତଥା ଭୂତପୂର୍ବ ରାଇଜିଙ୍ଗ କ୍ଲବ ସଭାପତି ସ୍ବର୍ଗତ ପ୍ରଶାନ୍ତ ସିଂହଙ୍କ ସ୍ମୁତି ଉଦ୍ଦେଶ୍ୟରେ ପ୍ରଥମ ୧୪ ବର୍ଷରୁ କମ୍ ଗ୍ରାସରୁଟ ଫୁଟବଲ ଚମ୍ପିୟାନ ପ୍ରତିଯୋଗିତା ରାଇଜିଙ୍ଗ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ଆର୍ ଏସ ପି ସହର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ଯୋଗଦେଇ କ୍ରୀଡା ଭିତ୍ତିଭୂମି ର ବିକାଶ ସହରାଞ୍ଚଳରେ ଖୁବ୍ ଶୀଘ୍ର ତ୍ବରାନ୍ବିତ ଢ଼ଂଗରେ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ ଏବଂ ଏଭଳି ପ୍ରତିଯୋଗିତା ଦ୍ବାରା ନୂଆ ପ୍ରତିଭା ବାହାରି ପାରିବେ ବୋଲି ଆଶା ପ୍ରକଟ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆର୍ ଏସ ପି ନ୍ୟୁ-ପ୍ଲେଟ ମିଲ ର ମହା ପ୍ରବନ୍ଧକ ନିଳମଣି ମହାପାତ୍ର, ମାନବ ସମ୍ବଳ ବିକାଶ କେନ୍ଦ୍ରର ମହା ପ୍ରବନ୍ଧକ ଶ୍ରୀନିବାସ ପଣ୍ଡା ଓ ଟ୍ରାଫିକ ଓ କଞ୍ଚାମାଲ ବିଭାଗର ମହା ପ୍ରବନ୍ଧକ ସନ୍ତୋଷ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରି ଏଭଳି ପ୍ରତିଯୋଗିତା ଆୟୋଜନ ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା କୁ ପରିଚାଳନା କରିବାରେ ଜୟନ୍ତ ମହାରଣା, ସନ୍ତୋଷ ସ୍ବାଇଁ, ମନୋଜ୍ ସାମନ୍ତ, ପୁରୁଷୋତ୍ତମ ତନ୍ତି, ବାଦଲ ମୁଣ୍ଡା, ମନୋଜ ମାଝି, ଅଶୋକ ଜଗଦଲ, ଅତନୁ ଚକ୍ରବର୍ତ୍ତୀ, କେବଲଲାଲ, ଅନମୋଲ, କମଳାକାନ୍ତ ନାୟକ, ରାକେଶ ସ୍ବାଇଁ, ବିରେନ ପ୍ରଧାନ, ସନ୍ୟାସୀ ନାୟକ, ଅରୁଣ ପୁହାଣ, ଇନ୍ଦ୍ରଜିତ ସିଂହ, ଶୁଭେନ୍ଦୁ ମହାନ୍ତି, ସୌମ୍ୟ ଦାସ, ଏସ କେ ରିଆଜଉଦିନ ପ୍ରମୁଖ ସହଯୋଗ କରିଥିଲେ। ମ୍ୟାଚ କମିଶନର ଭାବେ ପି. କେ. ମହାନ୍ତି ସହଯୋଗ କରିଥିବାବେଳେ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ବିଭୁତି ମହାନ୍ତି ଉପସ୍ଥିତ ଥିଲେ। ବୀର ବିଶ୍ରା ମୁଣ୍ଡା ୟୁଥ୍ କ୍ଲବ୍ ସେକ୍ଟର -୬ ଚମ୍ପିୟାନ ଓ ଗ୍ରାସରୁଟ-କ ସେକ୍ଟର -20 ଟିମ୍ ରନର୍ସ ଅପ ଭାବେ ବିବେଚିତ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଗର୍ଜନ ଏଫ୍ ସି ଏବଂ ଓ ଏଫ୍ ଏ ସିଭିଲ ଟାଉନସିପ ଚତୁର୍ଥ ଦଳ ଭାବେ ବିବେଚିତ ହୋଇଥିଲେ। ଉଦଯାପନୀ ସମାରୋହ ରେ ଟ୍ରାଫିକ ଓ କଞ୍ଚାମାଲ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ସେହି ବିଭାଗର ମହା ପ୍ରବନ୍ଧକ କୌଶିକ ସୁନ୍ୟାନୀ, ସନ୍ତୋଷ କୁମାର ଭୂୟାଁ ଓ ମୁଖ୍ୟ ବକ୍ତା ଭାବେ ପ୍ରୋଟୋକଲ ଓ କ୍ରୀଡ଼ା ବିଭାଗର ମୁଖ୍ୟ ତଥା ଭାରପ୍ରାପ୍ତ ମହାପ୍ରବନ୍ଧକ ବିଜୟ କୁମାର ରାଉତ ଯୋଗଦେଇଥିବା ବେଳେ ସ୍ବାଗତ ଅଭିଭାଷଣ ରାଇଜିଙ୍ଗ କ୍ଲବ ର ସଂଗଠନ ସମ୍ପାଦକ ଶିଶିର ସାହୁ ଦେଇଥିଲେ ଓ ଶେଷରେ ସମ୍ପାଦକ ପ୍ରଭାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ କ୍ରୀଡା ସମୀକ୍ଷିକ ପଦ୍ମନାଭ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

60th All India Railway Ball Badminton Championship Concludes at Waltair

Sunil Chandra Nayak

ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମାରୋହ ନଗରପାଳଙ୍କ ଦ୍ଵାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!