ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଆର ଏମ ସି କର୍ମଚାରୀ ଓ ପ୍ରସିଦ୍ଧ କଳାକାରଙ୍କ ପରଲୋକ

ଜୁନାଗଡ଼ , ୨୮/୨(ମ ନି ସ) -ଜୁନାଗଡ଼ ସହରର ଅବସର ପ୍ରାପ୍ତ ଆରଏମସି କର୍ମଚାରୀ ତଥା ପ୍ରସିଦ୍ଧ କଳାକାର ଆଦିତ୍ୟ ପଣ୍ଡା ଙ୍କ ଦେହାନ୍ତ ନିଜ ବାସଭବନରେହୋଇ ଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା l ମୃତ୍ୟୁ ସମୟରେ ତାଙ୍କ ପାଖରେ ଦୁଇ ପୁଅ, ତିନି ଝିଅ ,ପରିବାର ଏବଂ ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ l ଜୁନାଗଡ଼ ସହର ହାତୀ ନଦୀ ନିକଟସ୍ଥ ସ୍ମଶାନ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ବଡ ପୁଅ ଭାରତ ଭୂଷଣ ପଣ୍ଡା ମୁଖାଗ୍ନି ଦେଇଥିଲେ l ସ୍ବର୍ଗତ ପଣ୍ଡା ୧୯୬୨ମସିହାରୁ୨୦୦୦ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅର ଏମ ସି ରେ କାର୍ଯରତ ଥିଲେ l ଏହା ସହ ସେ ଜଣେ ନାଟ୍ୟ କଳାକାର, କବି ,ଲେଖକ ଏବଂ ସଙ୍ଗୀତଜ୍ଞ ମଧ୍ୟ ଥିଲେ lବିଭିନ୍ନ ସଂଗଠନ ସହିତ ଜଡିତ ରହି ସେ ବେଶ ଲୋକପ୍ରିୟ ହୋଇପାରିଥିଲେ। ଅନ୍ତିମ ସତ୍କାର ସମୟରେ ପରିବାର ବର୍ଗ ,ବନ୍ଧୁପରିଜନ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ସେ ଜଣେ ମିଷ୍ଟଭାସି ଓ ପରୋପକାରୀ ଥିଲେ।ତାଙ୍କ ବିୟୋଗରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲୟନ ମଣିକଚାନ୍ଦ ଅଗ୍ରୱାଲ,ସମାଜସେବୀ ବେଦପ୍ରକାଶ ଗୋଏଲ, ନଗରପାଳ ମୁକେଶ ଅଗ୍ରୱାଲ,ସାମ୍ବାଦିକ ସଂଘ ସଭାପତି ହିମାଂଶୁ ବରାଡ଼, ସମ୍ପାଦକ ନରେନ୍ଦ୍ର କ୍ଷୀତି,ସମାଜସେବୀ ଦୁର୍ଗାପ୍ରସାଦ ନାଏକ,ସ୍ବେଚ୍ଛାସେବୀ ଅଶୋକ ପଟନାଏକ,ଶିକ୍ଷକ ସଂଘ ସଭାପତି ସରୋଜ ପଣ୍ଡା, ସମୀର ସାହୁ, ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନl

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ବନ୍ଦନ ଯାତ୍ରା

masiha

Leave a Comment

error: Content is protected !!