ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାସ ଓ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୂଆପଡା ର ସମସ୍ତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୮୬ ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଏଥିରୁ ୬୮ ଟି ବ୍ୟକ୍ତିଗତ ଥିଲାବେଳେ ୧୮ ଗୋଟି ସାମୁହିକ ଅଭିଯୋଗ ଥିଲା l ଜଣ ଙ୍କୁ ରେଡକ୍ରସ୍ ପାଣ୍ଠି ରୁ 2000 ଟଙ୍କା ତତ୍କାଳିନ ସହାୟତା ଜିଲ୍ଲାପାଳ ଯୋଗାଇ ଦେଲେ l

ଉକ୍ତ ଶିବିରରେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ଲାକ୍ରା, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ତହସିଲଦାର ପ୍ରମୁଖଙ୍କ ସମେତ ଜିଲ୍ଳା ତଥା ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଶିବିର ପ୍ରାରମ୍ଭରୁ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତ ଅଧିକାରୀ ମାନଙ୍କୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତାର ଶପଥ ପାଠ କରାଇଥିଲେ l ଜିଲ୍ଲାପାଳ ଙ୍କ ସ୍ଵତନ୍ତ୍ର ନିର୍ଦେଶ କ୍ରମେ ବ୍ଲକ୍ ପରିସରରେ ଗୋଟିଏ ରକ୍ତଦାନ ଶିବିର ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା l ଅପରାହ୍ନ ରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଭରୁଆ ମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

masiha

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପକ୍ଷରୁ ସମାଜ ସେବୀ ଘନଶ୍ୟାମ ସମ୍ମାନିତ

Sunil Chandra Nayak

ଧର୍ମଗଡ଼ରେ ସରକାରୀ ସ୍ଵଂୟଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି 

Sunil Chandra Nayak

Leave a Comment

error: Content is protected !!