ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

ବିଜାତଳାରେ ଜବରଦଖଲକାରୀଙ୍କୁ ଘର ଉପରେ ଚଢ଼ିଲା ଜେସିବି,ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ

ମୟୂରଭଂଜ – ୨୩/୦୯ — ସରକାର ଜମି ଉପରେ ସମସ୍ତଙ୍କର ଲୋଲୁପ ଦୃଷ୍ଟି ପଡୁଛି ।ଜବରଦଖଲକାରୀ,ଜମି ଦଲାଲ,ଜମି ମାଫିଆଙ୍କ କବଜାରେ ଶହ ଶହ ଏକର ସରକାରୀ ଜମି ।ସରକାର ଯେତେବେଳେ ନିଜ ଜମି ଉପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ,କୋଠାବାଡ଼ି,ପ୍ରକଳ୍ପ ପାଇଁ ଅଣ୍ଟା ଭିଡୁଛନ୍ତି.।ବାଧକ ସାଜୁଛନ୍ତି ଜବରଦଖଲକାରୀ ,ଜମି ମାଫିଆଓ ଦଲାଲ ମାନେ ।ସରକାରୀ ଜମି ନ ଫେରାଇବା ପାଇଁ ନଛୋଡବନ୍ଧା ।ସେମାନଙ୍କୁ ପଛରୁ ସହଯୋଗ କରୁଛନ୍ତି ବିଭିନ୍ନ‌ ରାଜନୈତିକ ଦଳର କୁଜି ନେତା,ଜମି ଦଲାଲ,ଜମି ମାଫିଆ ।ପ୍ରଶାସନ ତରଫରୁ ବାରମ୍ବାର ସରକାରୀ ଜମି ଉଚ୍ଛେଦ ପାଇଁ ନୋଟିସ କଲେ ମଧ୍ୟ ଜବରଦଖଲକାରୀ କର୍ଣପାତ କରୁ ନାହାନ୍ତି ।ପ୍ରଶାସନ ଯେତେବେଳେ ନିଜ ଜମି ଦଖଲ କରିବାକୁ ଚାହୁଁଛନ୍ତି ମୁହଁ ତୋଡ ଜବାବ ଦେଉଛନ୍ତି ଜବରଦଖଲକାରୀ ପରୋକ୍ଷରେ ସହଯୋଗ କରୁଛନ୍ତି ଜମି ମାଫିଆ ଓ ଦଲାଲ ।ଏଭଳି ଏକ ଘଟଣା ଘଟିଛି ଆଜି ମୟୂରଭଂଜ ଜିଲ୍ଲାର ଵିଜାତଳା ଵ୍ଳକର ଵିଜାତଳା ସଦର ମହକୁମାରେ ।ଏକ ସରକାରୀ ଜମି ୪୦ ଡେସିମିଲକୁ ପ୍ରଶାସନ ତରଫରୁ ବହୁ ବର୍ଷ ପୂର୍ବେ ଶ୍ରମ କାର୍ଯ୍ୟାଳୟ ପାଇଁ ଦିଆ ଯାଇଥିଲା ।କିନ୍ତୁ ଜନୈକ ଜବରଦଖଲକାରୀ ସେଠାରେ‌ ଆଜବେଷ୍ଟସ ଗୃହ ନିର୍ମାଣ କରି ରହି ଆସୁଛନ୍ତି । ପ୍ରଶାସନ ତରଫରୁ ଜବରଦଖଲକାରୀଙ୍କୁ ଉଛେଦ ପାଇଁ ୩ ଥର‌ ନୋଟିସ ଦିଆ ଯାଇଥିଲା ।କିନ୍ତୁ ସେ ଛାଡି ନ ଥିଲେ ।ଆଜି ଵିଜାତଳା ପ୍ରଶାସନ ତରଫରୁ ବିଜାତଳା ତହସିଲଦାର ଅଶ୍ବିନୀ ଭୂୟାଁ,ମାଜିଷ୍ଟ୍ରେଟ ଦାୟିତ୍ବରେ ଜାମଦା ତହସିଲର ଭାରାପ୍ରାପ୍ତ ତହସିଲଦାର ମଧୁସୂଦନ ପାଢ଼ୀ ,ବିଜାତଳା ରାଜସ୍ଵ ନିରୀକ୍ଷକ ଦାମୋଦର ବାରୀ ଏଵଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରକାରୀ ଜମି ଛାଡିବା ପାଇଁ କହିଥିଲେ ।କିନ୍ତୁ ଜବରଦଖଲକାରୀ ଓ ତାଙ୍କ ସମର୍ଥକଙ୍କ ସହ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତି ସରଗରମ ହୋଇଥିଲା ।ପରେ ପ୍ରଶାସନ ତରଫରୁ ବହୁ ବୁଝାସୁଝା ପରେ ଜେସିବି ଲଗାଇ ଘରର ଭଙ୍ଗା ଯାଇଥିଲା ।ତଦସହ ଏକ ଦୋକାନ ଗୁମୁଟିକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା ।ପ୍ରଶାସନର ରୋକ୍ ଠୋକ୍ ଓ ଘରଭଙ୍ଗା କାର୍ଯ୍ୟକ୍ରମ ଦେଖି ଜବରଦଖଲକାରୀଙ୍କୁ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।ଅପରପକ୍ଷରେ ଉଛେଦ ବ୍ୟକ୍ତିମାନେ କହୁଛନ୍ତି ଆମକୁ ପ୍ରଥମେ ଥଇଥାନ କର ,ପରେ ଆମେ ସ୍ବଇଛାରେ ଘର ଭାଙ୍ଗି ଦେବୁ ।

ମୟରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!