ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ରୋଷେଇ ଘରେ ମହଙ୍ଗା ମାଡ – କେନ୍ଦ୍ର ସରକାରଙ୍କ ହୋଲି ଭେଟି

ପୁଣି ୫୦ଟଙ୍କା ବଢ଼ିଲା ଘରୋଇ ସିଲିଣ୍ଡର ଦାମ । କମର୍ସିଆଲ ସିଲିଣ୍ଡର ଦର ୩୫୦ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ପିଛା ଦାମ ୨୧ଶହ ୧୯ ଟଙ୍କା ୫୦ ପଇସା ହୋଇଛି।

 ଦୀର୍ଘ ଦିନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି  ଘରୋଇ ଗ୍ୟାସ କମ୍ପାନୀ । ଦର ପରିବର୍ତ୍ତନ ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି । ଯାହା ବର୍ତ୍ତମାନ ଯାଏଁ ୧୦୫୩ ଟଙ୍କା ମିଳୁଥିଲା ।  ତେବେ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୧ରୁ ଲାଗୁ ହେଉଛି ଏହି ନୂଆ ଦର ।  ଏହାପୂର୍ବରୁ, ଜୁଲାଇ ୬,୨୦୨୨ରେ ମୂଲ୍ୟ ବୃଦ୍ଧି କରିଥିଲା କମ୍ପାନୀ । ସେତେବେଳେ ବି ସିଲିଣ୍ଡରର ଦାମ୍ ମଧ୍ୟ ୫୦ ଟଙ୍କାକୁ ବୃଦ୍ଧି ପାଇ ୧୦୫୩ ଟଙ୍କା ହୋଇଥିଲା । 

ଅନ୍ୟପଟେ ଗତ କିଛି ମାସ ଧରି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ୧୯ କେଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି କମ୍ପାନୀ । କମର୍ସିଆଲ୍ ସିଲିଣ୍ଡର ପିଛା ୩୫୦,୫୦ଟଙ୍କା ବୃଦ୍ଧି ପାଇଛି । ଦର ବୃଦ୍ଧି ପାଇ ଗ୍ୟାସ ଦର ୨୧୧୯.୫୦ଟଙ୍କାକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ସିଲିଣ୍ଡର ପିଛା ରହିଥିଲା ୧୭୬୯ ଟଙ୍କା । ଜାନୁଆରୀ ୧ ରେ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ପାଇଥିଲା ୨୫ ଟଙ୍କା ।

ଗତ କିଛି ମାସ ଧରି ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବାର ଦେଖାଯାଇଥିଲା । ୧ ମଇ ୨୦୨୨ରେ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୩୫୫ ଟଙ୍କା ରହିଥିଲା । ତେବେ ଲଗାତର ଦ୍ୱିତୀୟ ଥର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଏହାପୂର୍ବରୁ, ଜୁଲାଇ ୬,୨୦୨୨ରେ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତିରୁପତି ମନ୍ଦିର ୮ ମାସ ବନ୍ଦ ରହିବ…

Sunil Chandra Nayak

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

ପାଚିକା-ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଜ ଭେଟି,ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା ଭତ୍ତା

Sunil Chandra Nayak

Leave a Comment

error: Content is protected !!