ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ କୁ ପିଟିଲା ଇକୋ ଗାଡ଼ି: ଜଣେ ମୃତ ,ଦୁଇ ଆହତ 

ମ.ରାମପୁର,୦୧/୩ (ମସୀହା): କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ପଞ୍ଚାୟତର ବାଞ୍ଜାମୁଣ୍ଡା ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି l ଗତକାଲି ରାତିରେ ସେମାନେ ରିଶିଡା ଭାଲୁମୁଣ୍ଡା ଗାଁରୁ ବାହା ଭୋଜି ଖାଇ ଆଜି ସକାଳେ ଜଣେ ସଂପର୍କୀୟ ମୋହାନଗିରି କତୋବାହାଲି ଗ୍ରାମର ମଙ୍ଗଳୁ ବାରିହାଙ୍କ ବାଇକରେ ( ନମ୍ବର ଓଡି ୦୩ବି ୫୭୩୬) ଫେରୁଥିବା ବେଳେ ପ୍ରାୟ ୧୦ ଘଣ୍ଟା ସମୟରେ ତାଙ୍କୁ ମୋହନଗୀରି ପଟୁ ଆସୁଥିବା ଇକୋ ଗାଡ଼ି(ଓଡ଼ି୦୮କ୍ୟୁ ୮୯୯୬) ବଂଝାମୁଣ୍ଡା ନିକଟରେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲା l ଘଟଣାସ୍ଥଳ ରେ ହିଁ ଛୁଟା ବରିହା (୫୫) ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଆରୋହୀ ଆନଦ ବରିହା (୪୫) ଙ୍କ ଗୋଡ଼ ଭାଙ୍ଗି ଗୁରୁତର ଆହତ ହୋଇଛନ୍ତି l ବାଇକ୍ ଚାଲକ ସାମାନ୍ୟ ଆହତ ହୋଇଛନ୍ତି l

ମୃତ ବ୍ୟକ୍ତି ଓ ଗୁରୁତର ଆହତ ବ୍ୟକ୍ତି ବଲାଙ୍ଗିର ଜିଲ୍ଲା କୁଦୋପାଲି ଗ୍ରାମର ବୋଲି ଜଣାପଡ଼ିଛି l ସେମାନେ ମୋହନଗିରି ଆସି ନିଜ ସମ୍ପର୍କୀୟଙ୍କୁ ଭେଟ ସାକ୍ଷାତ କରି ନିଜ ଗାଁ କୁ ଫେରିବାର ଥିଲା l ଇକୋ ଗାଡ଼ିଟି ଶ୍ରୀପାଲି ତାଳପଡ଼ା ର ହୋଇଥିବା ବେଳେ ଡ୍ରାଇଭର ନରୋତ୍ତମ ପ୍ରଚୁର ପରିମାଣରେ ମଦ ପିଇ ଦୁର୍ଘଟଣା କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି l ଦୁର୍ଘଟଣା ଘଟେଇ ଗାଡ଼ି ଚାଲକ ଫେରାର ମାରୁଥିବା ବେଳେ ଗ୍ରାମବାସୀ ତାକୁ ଧରିଥିଲେ l ଦୁଃଖ ର ବିଷୟ ଯେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିବାରୁ ୧୦ କିଲୋମଟର ମୋହନଗିରି ରୁ ଆମ୍ବୁଲାନ୍ସ ଆସିବା ପାଇଁ ଗୋଟିଏ ଘଣ୍ଟା ସମୟ ଲାଗିଥିଲା । ଏପଟେ ଆହତ ବ୍ୟକ୍ତି କଷ୍ଟରେ ଛଟପଟ ହେଇ ପଡିଥିଲେ l ଗୁରୁତର ଅବସ୍ଥାରେ ଥିବା ଦୁଇଜଣ ଆହତଙ୍କୁ ମ,ରାମପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ 

masiha

୧୨୫.୩୭୫ କେଜି ଗଞ୍ଜେଇ ଜବତ: ୩ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ଟଙ୍କା ହଡ଼ପ ଅଭିଯୋଗରେ ଫେରାର୍ ଏଲଆଈସି ଏଜେଣ୍ଟ ଗିରଫ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ 

Leave a Comment

error: Content is protected !!